ପିଆଜ କରୁଛି ପକେଟ୍ ଖାଲି । ଏବେ ବି ଦର ଶହେ ଉପରେ, ଚିନ୍ତାରେ ଗ୍ରାହକ ।

Advertisment
ପେଟ୍ରୋଲ ପରେ କନ୍ଦାଉଛି ପିଆଜ ଦର । ବୌଦ୍ଧରେ ୫୦ଟଙ୍କା ଛୁଇଁଲା ପିଆଜ, କିଣିବା ପୂର୍ବରୁ ଦୁଇଥର ଭାବୁଛନ୍ତି ଲୋକେ

କନକ ବ୍ୟୁରୋ : ସେଞ୍ଚୁରୀ ମାରିଲା ପିଆଜ ଦର । ଆଜି ବି ରାଜ୍ୟରେ ପିଆଜ ଦର ୯୦ ଉପରେ । ବିଭିନ୍ନ ପ୍ରମୁଖ ସହରରେ ତ ଦର ୧୦୦ ଟଙ୍କା ରହିଛି । ଭୁବନେଶ୍ୱରରେ ୯୦ ଟଙ୍କାରେ ପିଆଜ ବିକ୍ରି ହେଉଥିବା ବେଳେ ବ୍ରହ୍ମପୁରରେ ପିଆଜ କିଲୋ ଶହେ ରହିଛିି । ବାଲେଶ୍ୱର, ଜୟପୁର ପିଆଜ ବଜାରରେ ବି ଗ୍ରାହକଙ୍କ ପକେଟ ଖାଲି ହେଉଛି ।

ପିଆଜ ଦରକୁ ନେଇ ସାରା ଓଡ଼ିଶାରେ ଅବସ୍ଥା ଅସମ୍ଭାଳ ହେବାରେ ଲାଗିଛି । ବ୍ୟବସାୟୀଙ୍କ କହିବା ଅନୁସାରେ ଏଭଳି ଦର ଡିସେମ୍ବର ୧୫ ତାରିଖ ଯାଏଁ ଲାଗି ରହିପାରେ । ତା’ପରେ ଯାଇ ସ୍ୱାଭାବିକ ଅବସ୍ଥା ଫେରିବ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି-ପିଆଜ ଭଳି ଏକ ଦୈନନ୍ଦିନ ଆବଶ୍ୟକ ଖାଦ୍ୟ ପଦାର୍ଥର ଏଭଳି ସଂକଟରେ ମୁକାବିଲା କରିବାକୁ କୌଣସି ଠୋସ୍ ପଦକ୍ଷେପ ନିଆଯାଉନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe