ପାର୍ବଣ ଋତୁରେ ପିଆଜ ଦର ତାତି । ଦୁର୍ଗା ପୂଜା ସରୁ ସରୁ ଦିଲ୍ଲୀ ଏନସିଆର ସମେତ ବିଭିନ୍ନ ରାଜ୍ୟରେ ପିଆଜ କିଲୋ ହେଲା ୨୦ରୁ ୮୦ ଟଙ୍କାକୁ ବୃଦ୍ଧି
କନକ ବ୍ୟୁରୋ : ପୁଣି ଥରେ ପିଆଜ ଦର ଆକାଶ ଛୁଆଁ ହେବାରେ ଲାଗିଛି । ଦେଶର ଅନେକ ରାଜ୍ୟରେ ପିଆଜ ଗୋଟେ କିଲୋର ଦାମ ୮୦ରୁ ଅଧିକ ଟଙ୍କା ରହିଛି । ନବରାତ୍ର ଓ ଦୁର୍ଗାପୂଜା ସମୟରେ ପିଆଜ କିଲୋ ୨୦ରୁ ୩୦ ଟଙ୍କା ରହିଥିବାବେଳେ ପୂଜା ସରୁସରୁ ହଠାତ ବଢିଛି ଦର । ଦିଲ୍ଲୀ ଏନସିଆରରରେ ସରକାର କିଲୋପ୍ରତି ୨୫ଟଙ୍କା ଦରରେ ବିକିବାକୁ ନିଷ୍ପତି ନେଇଛନ୍ତି । କିଛି ଦିନ ପୂର୍ବରୁ ଟମାଟୋର ଆକାଶଛ୍ରୁଅାଁ ଗ୍ରାହକଙ୍କ ପକେଟକୁ ମାଡ କରିଥିବାବେଳେ ଏବେ ପିଆଜ ଦର ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ସୂଚନା ଅନୁସାରେ ଚଳିତବର୍ଷ ପିଆଜ ଉତ୍ପାଦ କମ ଦର ବୃଦ୍ଧିର ପ୍ରମୁଖ କାରଣ ।