ପିଆଜ କାହା ପାଇଁ ଦୁଃଖ ତ କାହା ପାଇଁ ଖୁସି । ପିଆଜ ଦର କମିବ, ଏ ନେଇ ଆଶା ଛାଡି ଦେଲେଣି ଗ୍ରାହକ । ପିଆଜ ଦରକୁ ନେଇ ସାରା ଦେଶରେ ହାହାକାର ଲାଗି ରହିଥିବାବେଳେ ପିଆଜ ଦରବୃଦ୍ଧି ଜଣେ ଚାଷୀଙ୍କ ପାଇଁ ବରଦାନ ପାଲଟିଛି । ଯେଉଁଠି ପିଆଜକୁ ନେଇ ଚାଷୀ ଲୁହ ଗଡାଉଛନ୍ତି , ସେଠି କର୍ଣ୍ଣାଟକର ଜଣେ ଚାଷୀଙ୍କ ଆଖିରେ ଏହି ପିଆଜ ଆଣିଦେଇଛି ଖୁସିର ଲୁହ । /kanak/media/post_attachments/wp-content/uploads/2019/12/xzdd-300x234.png)
କର୍ଣ୍ଣାଟକର ୪୨ ବର୍ଷର ଚାଷୀ ମଲ୍ଲିକାର୍ଜୁନ,ଚଳିତ ବର୍ଷ ଅନେକ ଧାର କରଜ କରି ସେ ପିଆଜ ଚାଷ ଆରମ୍ଭ କରିଥିଲେ । ଦେଶରେ ବର୍ତ୍ତମାନ ପିଆଜ ୧୦୦ ରୁ ୨୦୦ ଟଙ୍କାରେ ବିକ୍ରି କରାଯାଉଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମଲ୍ଲିକାର୍ଜୁନ ଧାର କରଜ କରି ପିଆଜ ଚାଷ କରିଥିଲେ । କ୍ଷେତରେ ପାଖାପାଖି ୨୪୦ ଟନ୍ ବା ୨୦ ଟ୍ରକର ପିଆଜ ଉତ୍ପାଦନ କରି ବିକ୍ରି କରିଥିଲେ । ତାଙ୍କର ଆଶା ଥିଲା କି ଯଦି ଚାଷ ଭଲ ହୁଏ, ତାହାଲେ ତାଙ୍କୁ ପାଖାପାଖି ୫-୧୦ ଲକ୍ଷ ଟଙ୍କାର ଲାଭ ହେବ । ସେ ସମସ୍ତ ଧାର କରଜ ସୁଝିପାରିବେ । ତାଙ୍କର ଏହି ସ୍ୱପ୍ନ ସତରେ ପରିଣତ ହୋଇଛି । ଚାଷରୁ ତାଙ୍କୁ କୋଟିଏ ଟଙ୍କାର ଲାଭ ହୋଇଛି । ଏଭଳି ସ୍ଥିତିରେ ପିଆଜ ଦର ଆକାଶ ଛୁଆଁ । ଯାହା ତାଙ୍କ ପାଇଁ ଆଣିଦେଇଥିଲା ସୁବର୍ଣ୍ଣ ସୁଯୋଗ ।
ପିଆଜର ଦରବୃଦ୍ଧି ଫଳରେ ସେ ବଜାରରେ ଭଲ ଦରରେ ପିଆଜ ବିକ୍ରି କରି ଲାଭବାନ ହୋଇପାରିଛନ୍ତି । ସେ ବହୁତ ଖୁସି ଅଛନ୍ତି । ମଲ୍ଲିକାର୍ଜୁନ ପିଆଜ କ୍ଷେତରେ ୧୫ ଲକ୍ଷ ଟଙ୍କା ନିବେଶ କରିଥିଲେ । ମୂଳ ଅନୁପାତରେ ତାଙ୍କୁ ଅଧିକ ଲାଭ ମିଳିଛି । ସେହି ଖୁସିରେ ସେ ଚାଷ ଜମିକୁ ବୃଦ୍ଧି କରିବା ପାଇଁ ଲାଗିପଡିଛନ୍ତି । କେବଳ ସେତିକି ନୁହେଁ ପୁରା ଅଞ୍ଚଳରେ ମଲ୍ଲିକାର୍ଜୁନ ଜଣେ ସଫଳ ଚାଷୀ ଭାବରେ ପରିଗଣିତ । ଲୋକଙ୍କ ଆଦର୍ଶ ପାଲଟିଛନ୍ତି ସେ । ଛୋଟ ବଡ ଚାଷୀ ମଲ୍ଲିକାର୍ଜୁନଙ୍କ ଠାରୁ ଚାଷ ସମ୍ପର୍କରେ ଟିପ୍ସ ନେଉଛନ୍ତି । ନିଜର କଠିନ ପରିଶ୍ରମ ତାଙ୍କୁ ଜଣେ ସଫଳ ଚାଷୀ ଭାବରେ ପରିଚିତ କରାଇ ପାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/4d235c644bd7c86539210000.jpg)
/kanak/media/post_attachments/wp-content/uploads/2019/12/onion1576415878747-300x249.jpg)