ପିଆଜ ଦର ଆଖିରୁ ବୁହାଇଲାଣି ଲୁହ । ଆକାଶ ଛୁଆଁ ଦରକୁ ନେଇ ଗ୍ରାହକ ହନ୍ତସନ୍ତ

540

କନକ ବ୍ୟୁରୋ : ପିଆଜ ଦର ଯେତେବେଳେ ଆଖିରୁ ଲୁହ ବୁହାଉଛି, ସେତିକିବେଳେ ସାମନାକୁ ଆସିଛି ଓଡିଶାରେ ପିଆଜ ଚାଷ କରୁଥିବା ଚାଷୀଙ୍କ ଅଭାବି ବିକ୍ରିର କାହାଣୀ । ଦେବଗଡ ରିଆମାଳ ଅଂଚଳ ପିଆଜ ଚାଷରେ ପ୍ରସିଦ୍ଧି ଲାଭ କରିଛି । ବରଗଡ ଠୁ ଆରମ୍ଭ କରି, ଭୁବନେଶ୍ୱର ପର୍ଯ୍ୟନ୍ତ ରିଆମାଳ ପିଆଜର ଚାହିଦା ରହିଛି । କିନ୍ତୁ ଏବେ ଯେଉଁ ପିଆଜ ଦର ଆକାଶ ଛୁଆଁ ହୋଇଛି, ସେହି ପିଆଜ ଅମଳ କରି ଦେବଗଡର ଚାଷୀ କିଛି ଦିନ ତଳେ କେମିତି ଅଭାବି ବିକ୍ରିର ଶିକାର ହୋଇଥିଲେ, ତାହା କନକ ନ୍ୟୁଜ କ୍ୟାମେରାରେ ବଖାଣିଛନ୍ତି ।

ପିଆଜ ଦର ଉପମୁହାଁ ହେଉଛି । ଆଗକୁ ବି ଦର ବଢିବା ଆଶଙ୍କା କରାଯାଉଛି । ଏହାରି ଭିତରେ ଭୁବନେଶ୍ୱରରେ ଶସ୍ତାରେ ପିଆଜ ବିକିଛି କଂଗ୍ରେସ । ପିଆଜ ଦର ବଢିବା ନେଇ ରାଜନୀତି ବୟାନବାଜି ବି କମିନାହିଁ । ଦରବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ଉପରେ ଦୋଷ ଲଦିଛି ରାଜ୍ୟ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ଏଥିଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ବିଜେପି ଜବାବ ଦେଇ କହିଛି, ରାଜ୍ୟ ସରକାର ଯଦି ଶୀତଳ ଭଣ୍ଡାର କରି ମହଜୁଦ ରଖିଥାନ୍ତେ ତାହେଲେ ଆଜି ଏହି ପରିସ୍ଥିତି ଉପୁଜିନଥାନ୍ତା ।