କନକ ବ୍ୟୁରୋ: ୧୬ ଜିଲ୍ଲାରେ ସୁଲଭ ଦରରେ ମିଳୁଛି ପିଆଜ । ଯେତିକି ଟଙ୍କାରେ ପିଆଜ କିଣାଯାଇଛି ଠିକ୍ ସେହି ଅନୁପାତରେ ଗ୍ରାହକଙ୍କୁ ମିଳୁଛି ପିଆଜ ବୋଲି କହିଛନ୍ତି ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ଅନୁଗୁଳ, କଟକ, ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ଢେଙ୍କାନାଳ, ଭଦ୍ରକ, ନୂଆପଡ଼ା, କୋରାପୁଟ, ବ୍ରହ୍ମପୁର, କେନ୍ଦୁଝର, ଭବାନୀପାଟଣା, ବାଲେଶ୍ୱର ଓ କେନ୍ଦ୍ରାପଡ଼ା।
Kanak News is now on WhatsApp
Join and get latest news updates delivered to you via WhatsApp
ସବୁଠାରୁ ବଡ଼କଥା ହେଲା, ଯେତିକି ଟଙ୍କାରେ ପିଆଜ କିଣାଯାଛି ସେତିକି ଟଙ୍କାରେ ଗ୍ରାହକଙ୍କୁ ବିକ୍ରି କରାହେଉଛି। ଏହି ପିଆଜ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ବିକ୍ରି କରାଯାଉଛି। ଆଉ ଯେଉଁମାନେ ପିଆଜ ବଜାରକୁ ନଛାଡ଼ି ଜମା କରି ରଖୁଛନ୍ତି ସେମାନଙ୍କ ଉପରେ ଚଢ଼ଉ କରାଯାଉଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ୍’ ପାଇଁ ମଧ୍ୟ ଅନେକ ସ୍ଥାନରେ ପରିବା ଦର ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ଏହାକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେନେଇ ସରକାରୀ ସ୍ଥରରେ ବିଭିନ୍ନ ଗୋଦାମ ଘରେ ବା ପିଆଜ ଜମାଖୋରଙ୍କ ଉପରେ ଚଢ଼ାଉ କରାଯାଉଛି ବୋଲି ସୂଚନା ମିଳିଛି ।