କନକ ବ୍ୟୁରୋ: କିଛି ଦିନ ପୂର୍ବରୁ ପିଆଜ ଦର ବୃଦ୍ଧି ଯୋଗୁଁ ଚିନ୍ତାରେ ଥିଲେ ଖାଉଟି । ଏବେ ପିଆଜ କଷ୍ଟ ସାଙ୍ଗକୁ ଆଳୁ ଦର ବୃଦ୍ଧି ମଧ୍ୟ ସମସ୍ତଙ୍କୁ କନ୍ଦାଉଛି । ହାଣ୍ଡିଶାଳରେ ଏହାର ପ୍ରଭାବ ବି ପରିଲକ୍ଷିତ ହୋଇଛି । ଦୈନନ୍ଦିନ ଖାଦ୍ୟ ସାମଗ୍ରୀରେ ବ୍ୟବହୃତ ପିଆଜ ଓ ଆଳୁର ଅହେତୁକ ଦରବୃଦ୍ଧି ଯୋଗୁଁ ଖାଉଟିଙ୍କ ସମେତ ବ୍ୟବସାୟୀମାନେ ବି ସମସ୍ୟାରେ ପଡୁଛନ୍ତି । ଏବେ ବଜାରରେ ଆଳୁ କିଲୋ ପ୍ରତି ୨୨ରୁ ୩୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି ।

Advertisment

publive-image

ତେବେ ପ୍ରତିଥର ଗୋଦାମରେ ଆଳୁ ସରୁ ସରୁ ନୂଆ ଆଳୁ ଆସିଯାଇଥାଏ । କିନ୍ତୁ ଏଥର ବର୍ଷା ପାଇଁ ଅସୁବିଧା ହେଉଛି । ନୂଆ ଆଳୁ ଆସିଗଲେ ଦର କମିଯିବ ହେଲେ ଓଲଟା ଦର ଦିନକୁ ଦିନକୁ ବଢିବାରେ ଲାଗିଛି । ସେହିପରି ଏବେ କେଜି ପିଛା ୬୦ରୁ ୭୦ ଟଙ୍କାରେ ମିଳୁଥିବା ପିଆଜ ଓଦାଳିଆ ହୋଇଥିବା ବେଳେ ଭଲ ପିଆଜ ୮୦ ଟଙ୍କାରେ ବିକ୍ରି ହେଉଛି । ଯାହାଦ୍ୱାରା ସବୁବର୍ଗର ଖାଉଟିଙ୍କ ଉପରେ ଏହାର ଜୋରଦାର ପ୍ରଭାବ ପଡିଛି ।