କନକ ବ୍ୟୁରୋ : ପିଆଜ ଚାଷ କରି ଅଣ୍ଟା ସଳଖାଇବାକୁ ଚେଷ୍ଟା କରୁଥିବା ଓଡିଆ ଚାଷୀ ପୁଣି ମାଡ ଖାଇଯାଇଛି । ଭଲ ପିଆଜ ଅମଳ କରିଛି କିନ୍ତୁ ବିକ୍ରି କରିବା ପାଇଁ ବାଟ ନାହିଁ । ଫଳରେ ବିଲ ମୁଣ୍ଡରୁ ହିଁ ଅତି ଶସ୍ତା ଦରରେ ଆନ୍ଧ୍ର ଓ ପଶ୍ଚିବଙ୍ଗର ଚାଷୀ ପିଆଜ କିଣିନେଉଛନ୍ତି ।

Advertisment

କଳାହାଣ୍ଡି ପରେ ଟିଟିଲାଗଡ଼ର ଏହି ଦୃଶ୍ୟ ବୟାନ କରୁଛି ଓଡ଼ିଶାର ଗ୍ରାମାଞ୍ଚଳରେ ଅର୍ଥକାରୀ ଫସଲ ଚାଷ କରି ବି କେମିତି ଫସି ଯାଉଛି ଚାଷୀ, କେଉଁଠି ରଖିବେ, କ’ଣ କରିବେ ସେହି ଚିନ୍ତା ଅମଳ ପରଠାରୁ ହିଁ ଚାଷୀଙ୍କୁ ଘାରିବାରେ ଲାଗିଛି । ତେଣୁ ଆଉ କିଛି ବାଟ ନପାଇ ବିଲ ମୁଣ୍ଡରୁ ହିଁ ବିକ୍ରି କରିଦେଉଛି ପିଆଜ । । ଆଉ ସେ ଦର ହେଉଛି କିଲୋକୁ ମାତ୍ର ଛଅ ଟଙ୍କା ।

publive-image

ଭୁବନେଶ୍ୱର କଟକ ପରି ସହରରେ ୧୫ରୁ ୨୦ ଟଙ୍କା ଦରରେ ପିଆଜ ବିକ୍ରି ହେଉଛି । ଆଉ ସମସ୍ତେ ଜାଣିଛନ୍ତି ଏହି ପିଆଜର ଦର ୫୦ରୁ ୬୦ ଟଙ୍କା ମଧ୍ୟ ଛୁଇଁଯାଏ । କିନ୍ତୁ ବିଡମ୍ବନା ହେଉଛି ଯେତେବେଳେ ପିଆଜ ଅମଳ ହୁଏ ତାକୁ ସାଇତା ରଖିବା ପାଇଁ ବ୍ୟବସ୍ଥା ନାହିଁ ।

ଟିଟିଲାଗଡ଼ କିମ୍ବା କଳାହାଣ୍ଡିର ଚାଷୀମାନେ ପିଆଜ ଚାଷ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି ଏବଂ କେତେ ଟଙ୍କା ପାଆନ୍ତି । ପିଆଜ ଚାଷ ପାଇଁ ୧ ଏକର ପିଛା ଖର୍ଚ୍ଚ ହୁଏ ୩୦ରୁ ୩୫ ହଜାର ଟଙ୍କା । ଏଥିରେ ବିହନ, ସାର ଓ ଶ୍ରମିକର ଖର୍ଚ୍ଚ ଅନ୍ତର୍ଭୁକ୍ତ । ଯଦି ସବୁ କିଛି ଠିକ୍ ରୁହେ, ତେବେ ଏକର ପିଛା ୬୫ରୁ ୭୦ କ୍ୱିଣ୍ଟାଲ ପିଆଜ ଅମଳ ହୁଏ । ଯଦି ଏହି ପିଆଜକୁ ୬ ଟଙ୍କା କିଲୋ ବିକ୍ରି କରାଯାଏ, ତେବେ ଚାଷୀକୁ ମିଳିବ ୩୮ ହଜାରରୁ ୪୦ ହଜାର ଟଙ୍କା । ଯଦି ୫ରୁ ୬ ଟଙ୍କା ଦରରେ ଚାଷୀ ତାର ପିଆଜ ବିକ୍ରି କରିଦିଏ, ତେବେ ଯେତିକି ଟଙ୍କା ସେ ଚାଷ ପାଇଁ ଖର୍ଚ୍ଚ କରିଥିଲା ସେତିକି ଟଙ୍କା ହିଁ ଫେରସ୍ତ ପାଇବ । ଯେଉଁଥିରେ କି ଲାଭ କିଛି ରହିବ ନାହିଁ ।

publive-image

ଓଡ଼ିଶାରେ ବାର୍ଷିକ ପ୍ରାୟ ୩ ଲକ୍ଷ ମେଟ୍ରିକ୍ ଟନ୍ ପିଆଜର ଆବଶ୍ୟକତା ଥିବା ବେଳେ ପ୍ରାୟ ୪ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ଉତ୍ପାଦନ ହୋଇଥାଏ । କିନ୍ତୁ ଅମଳ ବେଳରୁ ହିଁ ଯଦି ୫ରୁ ୬ ଟଙ୍କା ଦରରେ ପିଆଜକୁ ଆନ୍ଧ୍ର, ଛତିଶଗଡ଼ ଓ ମଧ୍ୟପ୍ରଦେଶର ବ୍ୟବସାୟୀ କିଣି ନିଅନ୍ତି, ତେବେ ପିଆଜ ଦର ଓଡ଼ିଶାରେ ୫୦ରୁ ୬୦ ଟଙ୍କା ହେବାରେ କୌଣସି ଅସ୍ୱାଭାବିକତା ନାହିଁ । ଏବଂ ଚାଷୀ ମଧ୍ୟ ଅଭାବୀ ବିକ୍ରିର ଶିକାର ହେବାରେ ବିଶେଷ କିଛି ଆଶ୍ଚର୍ଯ୍ୟ ହେବାର  ନାହିଁ ।