ଏମିତି ବି ଆସେ ମୃତ୍ୟୁ : ଟିଭି ଷ୍ଟୁଡିଓ ଡିବେଟରେ ଭାଗ ନେବାର କିଛି ମିନିଟ ପରେ ହୃଦଘାତରେ ଚାଲିଗଲା କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ଜୀବନ; ରାଜନେତା , ସାମ୍ବାଦିକ ସମସ୍ତେ ସ୍ତବ୍ଧ

1,064

କନକ ବ୍ୟୁରୋ : ଏମିତି ଆସେ ମୃତ୍ୟୁ । ସବୁ ଠିକଠାକ ଥିଲା ହେଲେ ହଠାତ ଜୀବନ ଚାଲିଗଲା । କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ଅଚାନକ ମୃତ୍ୟୁରେ ରାଜନେତା ଓ ସାମ୍ବାଦିକ ସ୍ତବ୍ଧ ହୋଇଯାଇଛନ୍ତି । ଏକ ଘରୋଇ ଟିଭି ଚ୍ୟାନେଲର ଆଲୋଚନାରେ ଭାଗ ନେବା ପରେ ହଠାଥ ହୃଦଘାତରେ ପ୍ରାଣ ହରାଇଛନ୍ତି ରାଜୀବ ତ୍ୟାଗୀ । ମୃତ୍ୟୁର କିଛି ଘଂଟା ପୂର୍ବରୁ ସେ ସୁସ୍ଥ ଥିଲେ । ସନ୍ଧ୍ୟା ୫ଟାରେ ରାଜୀବ ଆଲୋଚନାରେ ଭାଗ ନେଇଥିଲେ । ଘରକୁ ଫେରିବା ପରେ ସନ୍ଧ୍ୟା ସାଢେ ୭ଟାରେ ହୃଦଘାତ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଗାଜିଆବଦାରେ ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ସେ ପ୍ରାଣ ହରାଇଥିଲେ । କଂଗ୍ରେସର ମୁଖପାତ୍ର ଭାବେ ବିଭିନ୍ନ ଟିଭି ଚ୍ୟାନେଲରେ ସେ ପ୍ରଭାବଶାଳୀ ଢଙ୍ଗରେ କଂଗ୍ରେସର ପକ୍ଷ ରଖୁଥିଲେ । ଅଜିତ ସିଂଙ୍କ ରାଷ୍ଟ୍ରୀୟ ଲୋକଦଳରୁ ରାଜୀବ ତ୍ୟାଗୀ କ୍ୟାରିଅର ଆରମ୍ଭ କରିଥିଲେ ।

ପରେ ୨୦୦୬ ମସିହାରେ ସେ କଂଗ୍ରେସରେ ସାମିଲ ହୋଇଥିଲେ । ଆରଏଲଡିରେ ଥାଇ ସେ ଅଟଳ ବିହାରୀ ବାଜପେୟୀଙ୍କୁ କଳାପତାକା ଦେଖାଇ ଚର୍ଚ୍ଚାକୁ ଆସିଥିଲେ । ଉତରପ୍ରଦେଶ ବିଜନୋରର ବାସିନ୍ଦା ରାଜୀବ ତ୍ୟାଗୀ ଏମବିଏ କରିଥିଲେ । ରାଜୀବ ପ୍ରିୟଙ୍କା ଗାନ୍ଧିଙ୍କ ଟିମରେ ସାମିଲ ଥିଲେ ଓ ୟୁପି କଂଗ୍ରେସର ମହାସଚିବ ଭାବେ ନିଯୁକ୍ତ ପାଇଥିଲେ । ଦୀର୍ଘ ୧୫ ବର୍ଷ ଧରି ସେ ରାଜୀବ କଂଗ୍ରେସରେ ସକ୍ରିୟ ଥିଲେ ।