ଆନନ୍ଦପୁରରେ ଅଭାବନୀୟ ଘଟଣା: ପ୍ରେମ ନିବେଦନ କରି ବିଫଳ ହେବାରୁ ସହପାଠିନୀଙ୍କୁ କଟୁରିରେ ଆକ୍ରମଣ କଲା ସହପାଠୀ

Advertisment

କନକ ବ୍ୟୁରୋ: ଆନନ୍ଦପୁର ଫକୀରପୁର ହାଇସ୍କୁଲରେ ଘଟିଛି ଅଭାବନୀୟ ଘଟଣା । ପ୍ରେମ ନିବଦେନରେ ବିଫଳ ହେବାରୁ ଛାତ୍ରୀଙ୍କୁ କଟୁରୀରେ ଆକ୍ରମଣ କରିଛି ସହଯୋଗୀ । ଆହତ ଛାତ୍ରୀ ରାମଦୁଲାରୀ ନାଏକ ।

publive-image

ଖବର ଅନୁସାରେ,ସହଯୋଗୀ ବଳଭଦ୍ର ଜେନା ରାମଦୁଲାରୀଙ୍କୁ ପ୍ରେମ ନିବେଦନ କରି ବିଫଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସେ ଛାତ୍ରୀଙ୍କୁ କଟୁରୀରେ ହାଣି ଦେଇଥିଲା । ରାମଦୁଲାରୀଙ୍କୁ ଗୁୁରୁତର ଅବସ୍ଥାରେ ପ୍ରଥମେ କେନ୍ଦୁଝର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ବଳଭଦ୍ରକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

publive-image

ଆହତ ଛାତ୍ରୀଙ୍କ କହିବାନୁସାରେ, ବଳଭଦ୍ର ତାଙ୍କୁ ବାରମ୍ବାର ପ୍ରେମ ନିବେଦନ କରିଆସୁଥିଲା ବି ସେ ତାହା ଅଗ୍ରାହ୍ୟ କରୁଥିଲେ। ଆଜି ସ୍କୁଲ ଘରର ଗୋଟାଏ ନିରୋଳା ସ୍ଥାନରେ ବଳଭଦ୍ର ସେ ଛାତ୍ରୀଙ୍କୁ ସାକ୍ଷାତ୍ କରିବା ପରେ କଟୁରୀରେ ଆକ୍ରମଣ କରିଥିଲା । ତାଙ୍କ ଡାହଣ ଗୋଡ଼ରେ ୨ ଚୋଟ ଓ ବାମ ହାତରେ ୨ ଚୋଟ ଆଘାତ ଲାଗିଛି। ତାଙ୍କ ଚିତ୍କାର ଶୁଣି ଅନ୍ୟ ଛାତ୍ରଛାତ୍ରୀମାନେ ସେଠାକୁ ଧାଇଁ ଯାଇ ପୀଡ଼ିତାଙ୍କୁ ଉଦ୍ଧାର କରି ତୁରନ୍ତ ଆନନ୍ଦପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପ୍ରକୋଷ୍ଠରେ ପଶି ରହିଥିବା ଆକ୍ରମଣକାରୀ ଛାତ୍ରଙ୍କୁ ପୁଲିସ ଧରି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe