୧୦ ମିନିଟରେ ଭାରତରୁ ୧୦୦ କୋଟି ଟଙ୍କା ନେଇଗଲା ଚୀନ କମ୍ପାନୀ ।
ଏବେ ବଜାରରେ ଏକ ନୂଆ ମୋବାଇଲ “ୱାନ ପ୍ଲସ ସିକ୍ସ” ବେଶ ଲୋକପ୍ରିୟତା ହାସଲ କରିପାରିଛି । ଗତ ସପ୍ତାହରେ ଲଞ୍ଚ କରାଯାଇଥିବା ଏହି ମୋବାଇଲର ଦାମ ରହିଛି ୩୪,୯୯୯ ଟଙ୍କା । ଏହି ସ୍ମାର୍ଟ ଫୋନ ପ୍ରଥମେ ଆମାଜନ ପ୍ରାଇମ ଏବଂ ୱାନ ପ୍ଲସ କମ୍ୟୁନିଟି ମେମ୍ବର ମାନଙ୍କୁ ଦିଆଯାଇଥିଲା । କିନ୍ତୁ ଏବେ କମ୍ପାନୀର ସୂଚନା ଅନୁଯାୟୀ ବିକ୍ରି ଆରମ୍ଭ ହେବାର ୧୦ ମିନିଟ ମଧ୍ୟରେ ୧୦୦ କୋଟିରୁ ଅଧିକ ଟଙ୍କାର ଫୋନ ବିକ୍ରୟ ହୋଇପାରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, “ୱାନ ପ୍ଲସ ସିକ୍ସ”ର ବିକ୍ରି ମେ ମାସ ୨୧ ତାରିଖ ମଧ୍ୟାନ୍ନ ୧୨ଟାରେ ଆରମ୍ଭ କରାଯାଇଥିଲା । ବିକ୍ରି ଆରମ୍ଭ ହେବାର ପ୍ରାୟ ୧୦ ମିନିଟ ମଧ୍ୟରେ ୧୦୦ କୋଟି ଟଙ୍କାର ଫୋନ ବିକ୍ରି ହୋଇପାରିଥିଲା । ତେବେ “ୱାନ ପ୍ଲସ ସିକ୍ସ”ର ପୂର୍ବ ମଡେଲ “ୱାନ ପ୍ଲସ 5t” ଗୋଟେ ଦିନ ବିକ୍ରି ପରେ ୧୦୦ କୋଟି ଟଙ୍କା ଛୁଇଁ ପାରିଥିଲା । କିନ୍ତୁ “ୱାନ ପ୍ଲସ ସିକ୍ସ” ୧୦ ମିନିଟ ମଧ୍ୟରେ ପୂର୍ବ ରେକର୍ଡକୁ କାଟି ନୂଆ ରେକର୍ଡ ତିଆରି କରିପାରିଛି । ଏଥିରୁ ଜଣା ପଡୁଛି ଏହି ସ୍ମାର୍ଟ ଫୋନ ଏକ ଚାଇନା ପ୍ରଡକ୍ଟ ହୋଇଥିବା ସତ୍ୱେ ମଧ୍ୟ ଭାରତୀୟ ଲୋକ ମାନଙ୍କ ମନକୁ କେତେ ମାତ୍ରାରେ ଆକର୍ଷିତ କରିପାରିଛି ।
ଏହି ସ୍ମାର୍ଟ ଫୋନ ସ୍କ୍ରିନ ୬.୨୮ ଇଂଚ ସହ ସମ୍ପୂର୍ଣ୍ଣ ଏଚଡି ଡିସପ୍ଲେ ରହିଛି । ଏହାର ରାମ ୬ଜିବି ଏବଂ ୮ଜିବି ରହିଥିବା ବେଳେ ୬୪ ଜିବି ଏବଂ ୧୨୮ ଜିବିର ଷ୍ଟୋରେଜ ରହିଛି । କେବଳ ସେତିକି ନୁହେଁ ଏହି ସ୍ମାର୍ଟ ଫୋନରେ ଆଣ୍ଡ୍ରଏଡ ୬୩୦ ଜିପିୟୁ ସହିତ ୨.୮ ଜିଏଚଜେଡର ସ୍ପିଡ ପ୍ରୋସେସର ସ୍ନେପଡ୍ରାଗନ ୮୪୫ର ପ୍ରୋସେସର ଦିଆଯାଇଛି । ଖୁବ ଶିଘ୍ର ଚାର୍ଜ ହେବା ପାଇଁ ଏବଂ ଅଧିକ ସମୟ ଚାର୍ଜ ରଖିବା ପାଇଁ ୩,୩୦୦ ଏମଏଏଚର ପାୱାର ବ୍ୟାଟ୍ରି ମଧ୍ୟ ଦିଆଯାଇଛି । ଏହି ସ୍ମାର୍ଟ ଫୋନର କ୍ୟାମେରା ୨୦ ମେଗାପିକ୍ସଲ ଏବଂ ଅନ୍ୟ ଦୁଇ କ୍ୟାମେରା ୧୬ ମେଗାପିକ୍ସଲର ଦିଆଯାଇଛି । “ୱାନ ପ୍ଲସ ସିକ୍ସ” ର ଦୁଇଟି ପ୍ରାଇସ ରହିଛି । ୬ଜିବି/୬୪ଜିବି ପାଇଁ ୩୪,୯୯୯ ଦେବାକୁ ପଡୁଥିବା ବେଳେ ୮ଜିବି/୧୨୮ଜିବି ପାଇଁ ୩୯.୯୯୯ ଟଙ୍କା ମୂଲ୍ୟ ରଖାଯାଇଛି ।