ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ : ୧୨ଟି କାର୍ଯ୍ୟକ୍ରମ ନେଇ ହେବ ଆଲୋଚନା

Advertisment
ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ : ୧୨ଟି କାର୍ଯ୍ୟକ୍ରମ ନେଇ ହେବ ଆଲୋଚନା

କନକ ବ୍ୟୁରୋ : ଭୁବନେଶ୍ୱରରେ ଦିନିକିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ । ଏଜେଣ୍ଡାରେ ରହିଛି ୧୨ଟି ପ୍ରମୁଖ କାର୍ଯ୍ୟକ୍ରମ  । ଏଥିରେ ଗାଁ ଗୁଡିକର ତୃଣମୂଳ ସ୍ତରରେ ଥିବା ବିଭିନ୍ନ ସମସ୍ୟା ଓ ବିଭିନ୍ନ ଯୋଜନା କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନା ହେବ ।

ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ ଦେଇଛନ୍ତି । ନବୀନ ପଟ୍ଟନାୟକ ଥ୍ରୀ-ଟି ଉପରେ ଗୁରୁତ୍ୱ ଦେଇ କହିଛନ୍ତି, ଏଣିକି ଖାଲି ଜିଲ୍ଲାପାଳ ନୁହେଁ ସଚିବମାନେ ମଧ୍ୟ ଗାଁକୁ ଯିବେ । ମାସର ପ୍ରଥମ ସପ୍ତାହର ୪ଦିନ ଗାଁରେ ବୁଲି ବିଭିନ୍ନ ଯୋଜନାର ସମୀକ୍ଷା କରିବେ ବିଭାଗୀୟ ସଚିବ । ୩୦ ଜିଲ୍ଲାର ଜିଲ୍ଲାପାଳ ଓ ସଚିବଙ୍କ ଉପସ୍ଥିତିରେ ସମ୍ମିଳନୀ କରାଯାଉଛି ।

ଆଗକୁ ନିର୍ବାଚନ ଥିବାରୁ ଏହି ଜିଲ୍ଲାପାଳ ସମ୍ମିଳନୀକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛିା ଏଥିରେ ବିଭିନ୍ନ ଯୋଜନାକୁ କିଭଳି ଲୋକାଭିମୁଖୀ କରାଯିବ ସେ ନେଇ ଆଲୋଚନା ହେବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି ।ଏହି ସମ୍ମିଳନୀରେ ମମତା, କୂପ, ଗଭୀର କୂପ ଏବଂ ଉଠାଜଳସେଚନ, ନିରାମୟ, ପାନୀୟଜଳ, ସାଧାରଣ ବଣ୍ଟନ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍, ସର୍ବଶିକ୍ଷା ଅଭିଯାନ ଏବଂ ଛାତ୍ରାବାସ, ବିଜୁ ପକ୍କାଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମିଶନ ଶକ୍ତି, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ଗ୍ରାମ୍ୟ ବିଦ୍ୟୁତକରଣ, ବିଭିନ୍ନ ପେନସନ ଯୋଜନା ସମେତ ସମନ୍ଵିତ ଶିଶୁ ବିକାଶ ଯୋଜନା ଉପରେ ବି ଆଲୋଚନା ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe