ତିନି କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ପୂରିଲା ବର୍ଷେ । ଆଜିର ଦିନରେ ଏକାଠି ହୋଇଥିଲେ ହଜାର ହଜାର ଚାଷୀ ।

84

କନକ ବ୍ୟୁରୋ: ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବି କରି ଚାଷୀଙ୍କ ଆନ୍ଦୋଳନକୁ ବର୍ଷେ ପୂରଣ ହୋଇଛି । ଏହି ଅବସରରେ ହଜାର ହଜାର ଚାଷୀ ଏକାଠି ହୋଇ ବର୍ଷ ପୂର୍ତ୍ତି ପାଳନ କରିଛନ୍ତିା ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସହଯୋଗୀ । ଅନ୍ୟପଟେ ଆଗକୁ ଶୀତକାଳୀନ ଅଧିବେଶନ ବସିବ । ଏହି ସମୟରେ ଚାଷୀ ଅନ୍ୟ ଦାବି ପୂରଣ ପାଇଁ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତିା

ପୂରଣ ହୋଇଛି ଦାବି । ହେଲେ ରହିଯାଇଛି ଅନେକ ସ୍ମୃତି । ତିନି କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀ ଆଜି ବର୍ଷ ପୂର୍ତ୍ତି ପାଳନ କରିଛନ୍ତି । ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ଏକାଠି ହୋଇ ଉତ୍ସବ ମନାଉଛନ୍ତିା ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ପାଖାପାଖି ଚାଷୀଙ୍କୁ ଏହି ଅବସରରେ ଶ୍ର୍ରଦ୍ଧାଞ୍ଜଳି ଦେଇଛନ୍ତି ସହଯୋଗୀ । ଯଦିଓ କୃଷି ଆଇନ୍ ରଦ୍ଦ ହୋଇଛି ହେଲେ ଆଉ କିଛି ଦାବି ନେଇ କୌଣସି ଆଶ୍ୱସନା ମିଳିନାହିଁ । ତେଣୁ ଏ ଆନ୍ଦୋଳନ ଏବେ ଶେଷ ହୋଇନି ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ରାକେଶ ଟିକାୟତ କହିଛନ୍ତି ।

୨୦୨୦ ମସିହା ନଭେମ୍ବର ୨୬ ତାରିଖରେ ଆର୍ଥାତ ଆଜିର ଦିନରେ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲେ ଚାଷୀ । ଦେଶର ବିଭିନ୍ନ ସ୍ଥାନରୁ ଆସି ରାଜଧାନୀ ଦିଲ୍ଲୀରେ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ । ଖରା, ବର୍ଷା, ଶୀତକୁ ଖାତିର ନକରି ପଡି ରହିଥିଲେ । ଆଉ ଇତି ମଧ୍ୟରେ ଚାଷୀଙ୍କ ପ୍ରମୁଖ ଦାବିକୁ ସରକାର ଗ୍ରହଣ କରିଛନ୍ତିା ଆଗକୁ ଶୀତକାଳୀନ ଅଧିବେଶନ ରହିଛି । ଏହି ଅବସରରେ ସଂସଦ ଘେରିବାକୁ ପ୍ରସ୍ତୁତ ହୋଇଛି ଚାଷୀ ସଂଗଠନ । ଆଉ ଜାନୁଆରୀ ୨୬ ଘଟଣାର ଯେମିତି ପୁନରାବୃତି ନହୁଏ ସେନେଇ ପୁଲିସ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ଏମଏସପି ଆଣନ୍ତୁ ଦାବି କରି ଚାଷୀ ସଂଗଠନ ଏବେ ଆନ୍ଦୋଳନରେ ବସିଛି । ଆଉ ଆଗାମୀ ଦିନରେ ଶାସକ ବିଜେପି ବିରୋଧରେ ନାରାବାଜି କରିବାକୁ ଚେତାବନୀ ଦେଇଛନ୍ତି ରାକେଶ ଟିକାୟତ । ଏପରି ସ୍ଥିତିରେ ଏହି ଆନ୍ଦୋଳନ କି ମୋଡ ନେଉଛି ତାହା ସମୟ କହିବ ।