ଦେଶରେ ଜନତା କର୍ଫ୍ୟୁକୁ ପୁରିଲା ବର୍ଷେ : କରୋନା ସଂକ୍ରମଣ ରୋକିବାକୁ ଠିକ୍ ବର୍ଷ ତଳେ ଲାଗୁ ହୋଇଥିଲା ୨୪ ଘଂଟିଆ ତାଲାବନ୍ଦ

ଦେଶରେ ଜନତା କର୍ଫ୍ୟୁକୁ ପୁରିଲା ବର୍ଷେ : କରୋନା ସଂକ୍ରମଣ ରୋକିବାକୁ ଠିକ୍ ବର୍ଷ ତଳେ ଲାଗୁ ହୋଇଥିଲା ୨୪ ଘଂଟିଆ ତାଲାବନ୍ଦ

କନକ ବ୍ୟୁରୋ : ଦେଶରେ ଜନତା କର୍ଫ୍ୟୁକୁ ପୁରିଲା ବର୍ଷେ । କରୋନା ମହାମାରୀ ଆତଙ୍କ ଖେଳାଇ ଦେଇଥିଲା । ଆଜିର ଦିନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଜନତା କର୍ଫ୍ୟୁ କରାଯାଇଥିଲା । କରୋନା ଯୋଦ୍ଧାଙ୍କ ପାଇଁ ସାରା ଦେଶରେ ଘଣ୍ଟଘଣ୍ଟା ବଜାଇ ସେମାନଙ୍କ ପ୍ରତି ଦେଶବାସୀଙ୍କ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରାଯାଇଥିଲା ।

କରୋନା ଦେଶରେ ହଇଚଇ ସୃଷ୍ଟି କରିଦେଇଥଲା । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଅସ୍ଥାୟୀ ସଂଗରୋଧ କେନ୍ଦ୍ରର ରଂଗ ଦେବା ସହିତ ଖଟିଆ, ଗଦି, ବେଡ‌ସିଟ୍‌, ତକିଆ, ବାଲଟି, ମଗ, ଆକ୍ବାଗାର୍ଡ଼, ସାନିଟାଇଜର୍‌ ଠାରୁ ଆରମ୍ଭ କରି ରହିବା, ଖାଇବା ବନ୍ଦୋବସ୍ତ କରାଯାଇଥିଲା। କିନ୍ତୁ ଗୋଟିଏ ବର୍ଷ ପରେ ମଧ୍ୟ ସ୍ଥିତି ପୂର୍ବ ପରି ସଂଗୀନ ହେବାରେ ଲାଗିଛି । ୨୪ ଘଂଟା ଭିତରେ ୪୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାପରେ ଦେଶରେ ପୁଣି କରୋନା ଲକଡାଉନ ଫେରିପାରେ ବୋଲି ଆଶଙ୍କା ବଢିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe