କନକ ବ୍ୟୁରୋ : ଝାରସୁଗୁଡା ବେଦାନ୍ତ କାରଖାନା ଭିତରେ ଜଣେ ଶ୍ରମିକଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଉତ୍ତେଜନା । ବେଦାନ୍ତ ଗେଟ ବାହାରେ ଶ୍ରମିକଙ୍କ ମୃତ ଦେହକୁ ରଖି ଧାରଣା ଦେଇଛନ୍ତି ଶତାଧିକ ଶ୍ରମିକ । ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା, ପରିବାରର ଜଣକୁ ଚାକିରୀ ଓ ମୃତ ଶ୍ରମିକଙ୍କ ଛୋଟ ପିଲାକୁ ପାଠ ପଢାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଶତାଧିକ ଶ୍ରମିକ ।

Advertisment

କାରଖାନାରେ ବିଷାକ୍ତ ଗ୍ୟାସ ଯୋଗୁଁ ଭୁର୍କାମୁଣ୍ଡା ଗାଁର ଶ୍ରମିକ ସମସ୍ତ ବଢେଇଙ୍କ ମୃତ୍ୟୁ ହୋଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଗତକାଲି ସେ କାରଖାନାରେ କାମ କରୁଥିବା ବେଳେ ସମସ୍ତ ବଢେଇ ଅଣନିଶ୍ୱାସୀ ହୋଇ ତଳେ ପଡି ଯାଇଥିଲେ । ତାଙ୍କୁ ତୁରନ୍ତ ବେଦାନ୍ତ କାରଖାନା ଠାରେ ଆପୋଲୋ ହସ୍ପିଟାଲ ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ବୁର୍ଲାରୁ ମୃତଦେହ ଝାରସୁଗୁଡା ପହଂଚିବା ପରେ ବେଦାନ୍ତ କାରଖାନା ଆଗରେ ମୃତଦେହକୁ ରଖି କ୍ଷତିପୂରଣ ଦାବିରେ ଧାରଣା ଦେଇଥିଲେ ଶତାଧିକ ଶ୍ରମିକ ।