କନକ ବ୍ୟୁରୋ: ଭୁବନେଶ୍ୱର ରେଳ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଟ୍ରେନର ଗୋଟିଏ କୋଚ୍ ସମ୍ପୂର୍ଣ୍ଣ ଭାବେ ଟ୍ରାକ ଉପରେ ପଡ଼ିରହିଛି । ଟ୍ରେନ୍ ଲାଇନଚ୍ୟୁତ ହେବାର କାରଣ ଅସ୍ପଷ୍ଟ ରହିଛି । ସୌଭାଗ୍ୟବଶତଃ ନିକଟରେ ଥିବା ପାସେଞ୍ଜର ଟ୍ରେନ୍ ଟ୍ରାକ୍ କିମ୍ବା ଯାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ । ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଜାରି ରହିଛି । ଦିନ ୯ଟାରୁ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ବେଳେ ଏବେ ବି କାମ ଜାରି ରହିଛି ।

Advertisment