ଗୋଟିଏ ଗାଡ଼ି, ଦୁଇଟି ନମ୍ବର ! ଅଭିନବ ଉପାୟରେ ବୋଲେରୋରେ ଗଂଜେଇ ଚୋରା ଚାଲାଣ ଅଭିଯୋଗ: ଚଢାଉ ପରେ ୬୦ କିଲୋ ଗଂଜେଇ ଜବତ, ୩ ଗିରଫ

131

କନକ ବ୍ୟୁରୋ: ଗାଡ଼ି ଗୋଟିଏ, କିନ୍ତୁ ଗାଡ଼ିର ନମ୍ବର ଦୁଇଟି । ଗାଡ଼ିର ଆଗପଟେ ଓଡ଼ିଶା ନମ୍ବର ଲେଖାଥିବା ବେଳେ ପଛପଟେ ରହିଛି ପଶ୍ଚିମବଙ୍ଗର ନମ୍ବର । ଏଭଳି ଅଭିନବ ଉପାୟରେ ବୋଲେରୋରେ ଗଂଜେଇ ଚୋରା ଚାଲାଣ କରୁଥିଲେ ଦୁର୍ବୃତ । ବାରିପଦା ରାସଗୋବିନ୍ଦପୁର ପୋଲିସ ଏଭଳି ଚୋରା ଚାଲାଣ ଉପରେ ଚଢଉ କରି ୬୦ କିଲୋଗ୍ରାମ୍ ଗଜେଇ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି । ସୁଚନା ଅନୁସାରେ ରାସଗୋବିନ୍ଦପୁର ଶ୍ୟାମାନନ୍ଦପୁରର ରବିନ୍ଦ୍ର କୁମାର ଦେଙ୍କ ଘରେ ବିପୁଳ ପରିମାଣର ଗଂଜେଇ ରଖି ବ୍ୟବସାୟ କରୁଥିଲେ ଅଭିଯୁକ୍ତ ରାଫତକ୍ ଅଲି ଏବଂ ମିହିର ବିଶ୍ୱାଳ । ତେବେ ପୋଲିସ କୌଣସି ସୁତ୍ରରୁ ଖବର ପାଇ ବ୍ୟବସାୟୀଙ୍କ ବାସଭବନରେ ଅଚାନକ ଚଢାଇ କରିଥିଲା ।

ପୋଲିସ ପଂହଚିବା ବେଳେ ବ୍ୟବସାୟୀଙ୍କ ଘର ଆଗରେ ଏକ ବୋଲେରୋ ଗାଡ଼ିର ନମ୍ବର ପ୍ଲେଟ ବଦଳ କରୁଥିଲେ ଏହି ଦୁଇ ଅଭିଯୁକ୍ତ । ୬୧କିଲୋଗ୍ରାମ ଗଂଜେଇ ସହିତ ଏକ ବୋଲେରୋ ଗାଡ଼ି, ୨୦ ହଜାର ଟଙ୍କା, ତିନୋଟି ମୋବାଇଲ ଜବତ କରିଛି ପୋଲିସ । ପରେ ଘର ଭଡ଼ା ଦେଇଥିବା ଘର ମାଲିକ ରବିନ୍ଦ୍ର କୁମାର ଦେଙ୍କୁ ପୋଲିସ ଅଟକ ରଖିଛି । ଜବତ ଗଂଜେଇର ଆନୁମାନିକ ମୁଲ୍ୟ ୩ଲକ୍ଷରୁ ଉଦ୍ଧ୍ୱର୍ ହେବ ବୋଲି ଜଣାପଡ଼ିଛି । ତେବେ ଏହି ଗଂଜେଇ ଚୋରା ଚାଲାଣରେ ଅନେକ ଲୋକ ସମ୍ପୃକ୍ତ ଥିବା ଅନୁମାନ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।