ଶ୍ରୀନଗରରେ ପଥର ଫିଙ୍ଗାଳିଙ୍କ ପଥର ମାଡ଼ରେ ଜଣେ ୨୨ ବର୍ଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ : ମୁଖ୍ୟମନ୍ତ୍ରୀ କହିଲେ ଳଜ୍ଜିତ

Advertisment
ଶ୍ରୀନଗରରେ ପଥର ଫିଙ୍ଗାଳିଙ୍କ ପଥର ମାଡ଼ରେ ଜଣେ ୨୨ ବର୍ଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ : ମୁଖ୍ୟମନ୍ତ୍ରୀ କହିଲେ ଳଜ୍ଜିତ

source : WION

କନକ ବ୍ୟୁରୋ : ଶ୍ରୀନଗର ଗୁଲମାର୍ଗ ରାସ୍ତାରେ କାରରେ ଯାଉଥିବା ବେଳେ ନରବଲ ଠାରେ କାଶ୍ମୀର ବିଚ୍ଛିନତାବାଦୀ ସଙ୍ଗଠନ ଦ୍ୱାରା ପ୍ରଭାବିତ ପଥର ପିଙ୍ଗାଳିଙ୍କ ପଥର ମାଡ଼ରେ ତାମିଲନାଡୁର ଜଣେ ୨୨ ବର୍ଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାରର ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗତ ରବିବାର ଦିନ ସୋପିଆନ ଜିଲ୍ଲାରେ ୫ ଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀମାନେ ହତ୍ୟା କରିଥିବା ପ୍ରତିବାଦରେ ପଥର ଫିଙ୍ଗାଳିମାନେ ପୁଲିସ ଓ ସାଧାରଣ ଲୋକଙ୍କ ଉପରକୁ ପଥର ଫିଙ୍ଗୁଥିଲେ। ଏହି ସମୟରେ ତାମିଲନାଡୁର ଆର ତିରୁମଣି ଓ ତାଙ୍କ ପରିବାର ଗୁଲମାର୍ଗ ଯାଉଥିବା ବେଳେ ତାଙ୍କ କାରକୁ ପଥର ଫିଙ୍ଗାଳିମାନେ ଆକ୍ରମଣ କରିଥିଲେ। ଫଳରେ ମୁଣ୍ଡରେ ପଥର ବାଜି ଗୁରୁତର ଆହତ ତିରୁମଣିଙ୍କୁ ସୌରାସ୍ଥିତ ଶେର ଇ କାଶ୍ମୀର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସକୁ ପଠାଯାଇଥିଲା। ସେଠାରେ ତାଙ୍କ ର ମୃତ୍ୟୁ ଘଟିଛି। ସୂଚନାପାଇ ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଡାକ୍ତରଖାନାରେ ପହଞ୍ଚି ମୃତ ତିରୁମଣିଙ୍କ ବାପା ରାଜଓ୍ଵାଲିଙ୍କୁ ସାନ୍ତ୍ୱନା ଦେଇଛନ୍ତି। ବେହେବୁବା ମୁଫତି କହିଛନ୍ତି ଯେ ଏହି ଘଟଣା ଯୋଗୁଁ ଲଜ୍ୟାରେ ତାଙ୍କ ମୁଣ୍ଡ ତଳକୁ ହୋଇ ଯାଉଛି।

ସୂଚନା ଯୋଗ୍ୟ ଯେ ୫ ଦିନ ପୂର୍ବରୁ ଦକ୍ଷିଣ କଶ୍ମୀରରେ ମୁମ୍ବାଇର ପର୍ଯ୍ୟଟକମାନେ ମଧ୍ୟ ପଥର ଫିଙ୍ଗାଳିଙ୍କ ଆକ୍ରମଣର ଶିକାର ହୋଇଥିଲେ। ରିତୁ ଦେବୀ ନାମକ ଜଣେ ମହିଳା ପର୍ଯ୍ୟଟକ ଏଥିରେ ଆହତ ହୋଇଥିଲେ। ସେହିପରି ନରବଲରେ ମଧ୍ୟ ସବ୍ରିନା ନାମକ ଜଣେ ୧୯ ବର୍ଷୀୟ କଶ୍ମୀର ଯୁବତୀ ଗାଡ଼ିରେ ଯାଉଥିବା ବେଳେ ପଥର ଫିଙ୍ଗାଳିଙ୍କ ପଥର ମାଡ଼ରେ ଆହତ ହୋଇଥିଲେ। ୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ସୟଦ ଅଲୀ ଗିଲାନୀ, ମୀରଓ୍ଵଜ ଉମର ଫାରୁକ ଓ ୟାସିନ ମଲ୍ଲିକ ୩ ଦିନିଆ ବନ୍ଦ ଡାକରା ଦେଇଛନ୍ତି। ଏହି ସମୟରେ ସେମାନଙ୍କ ସମର୍ଥକ ପଥର ଫିଙ୍ଗଳିମାନେ ପୁଲିସ ଓ ସାଧାରଣ ଲୋକଙ୍କ ଗାଡ଼ି ଉପରକୁ ପଥର ଫିଙ୍ଗୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe