ଗଂଜାମର କରୋନା ସ୍ଥିତିକୁ ନେଇ ବଡ ଖବର । ଏକତୃତୀୟାଂଶ ଲୋକଙ୍କ ଠାରେ ସୃଷ୍ଟି ହେଲାଣି କରୋନା ପାଇଁ ରୋଗ ପ୍ରତିରୋଧକ ଶକ୍ତି ।  ଆରଏମଆରସି ନିର୍ଦ୍ଦେଶିକା କହିଲେ, ଗଂଜାମରେ ବଦଳିଯାଇଛି ପୂର୍ବ ସ୍ଥିତି ।

250

କନକ ବ୍ୟୁରୋ: ଗଂଜାମର କରୋନା ସ୍ଥିତିକୁ ନେଇ ଆସିଛି ବଡ ଖବର । ଏକତୃତୀୟାଂଶ ଲୋକଙ୍କ ଠାରେ ସୃଷ୍ଟି ହେଲାଣି କରୋନା ପାଇଁ ରୋଗ ପ୍ରତିରୋଧକ ଶକ୍ତି । ଏନେଇ ସୂଚନା ଦେଇ ଆରଏମଆରସି ନିର୍ଦ୍ଦେଶିକା କହିଛନ୍ତି  ଗଂଜାମରେ ବଦଳିଯାଇଛି ପୂର୍ବ ସ୍ଥିତି । ସେରୋ ସର୍ଭେ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ ଗଂଜାମରେ ଏକତୃତୀୟାଂଶ ଲୋକଙ୍କ ଠାରେ  ଆଂଟିବଡି ସୃଷ୍ଟି ହୋଇଛି ।

ଡା. ପତି କହିଛନ୍ତି, ବ୍ରହ୍ମପୁରରେ ସିରୋ ସର୍ଭେ ପାଇଁ ୫ଟି ଟିମ ନିୟୋଜିତ ଥିଲେ। ଲୋକଙ୍କର ଠାରୁ ରାଣ୍ଡମ ସାମ୍ପଲ୍ ସଂଗ୍ରହ କରାଯାଇଥିଲା। ୫ଟି ବସ୍ତି ଓ ସମ୍ବେଦନଶୀଳ ଅଂଚଳରୁ ମଧ୍ୟ ନମୁନା ସଂଗ୍ରହ କରାଯାଇଥିଲା। ମୋଟ ୨୮୩୦ ଆଣ୍ଟିବଡ଼ି ଟେଷ୍ଟିଂ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ, ୩୧ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇସାରିଛି। କିଛି ଓ୍ଵାର୍ଡରେ ୭୦ ଓ କିଛି ଓ୍ଵାର୍ଡରେ ୬୦ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ୪ଟି ଓ୍ଵାର୍ଡରେ ୫୦ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ସେ କହିଛନ୍ତି, ୪ ସପ୍ତାହ ତଳର ସ୍ଥିତି ଏବେ ଜଣାପଡୁଛି। ଦ୍ୱିତୀୟ ରାଉଣ୍ଡରେ ଆହୁରି ଭଲ ଖବର ମିଳିବ ବୋଲି ଆଶା କରାଯାଉଛି। ଆଜିର ସ୍ଥିତି ଜାଣିବା ପାଇ ଆଗାମୀ ଦିନରେ ଦ୍ୱିତୀୟ ସିରୋ ସର୍ଭେ କରିବାକୁ ପଡ଼ିପାରେ।