କନକ ବ୍ୟୁରୋ: ଭୁଲ୍ ତଥ୍ୟ ଦେଇ ଭୁଲ୍ ମାଗିଲା କମିଶନରେଟ ପୁଲିସ । ଭୁବନେଶ୍ୱରରେ ବାର୍ଥଡେ’ ପାର୍ଟି ବେଳେ ଜଣେ ମହିଳାଙ୍କ ସମ୍ପର୍କରେ ଭୁଲ୍ ତଥ୍ୟ ଦେଇ ଭୁଲ୍ ମାଗିଲା ପୁଲିସ । ଅଭିଯୁକ୍ତମାନେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ପ୍ରେସ ରିଲିଜ ଜାରି କରିଥିଲା କମିଶନରେଟ ପୁଲିସ । ହେଲେ ଏହା ପୁଲିସ ତରଫରୁ ଅନିଚ୍ଛାକୃତ ତ୍ରୁଟି ବୋଲି କହିଛନ୍ତି । ମହିଳାଙ୍କ ଅଭିଯୋଗ ପରେ ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।
ୟୁନିଟ୍ ୮ ଅଂଚଳର ଦେବାଶିଷ ପ୍ରଧାନ, ରଙ୍ଗମାଟିଆ ଅଂଚଳର ଦୀପକ କୁମାର ସେଠୀ ଓ ଦାଶରାଜା ବସ୍ତିର ସ୍ୱାଧୀନ ନାୟକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଅନ୍ୟ ୮ ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଗତ ସୋମବାର ସନ୍ଧ୍ୟାରେ ଦୀପକ ଜନ୍ମଦିନ ପାଳନ ପାଇଁ ଧିରିକୁଟ ବସ୍ତି ପାତ୍ରସାହିରେ ଏକ ପାର୍ଟି ଆୟୋଜନ କରିଥିଲା । ଏହି ବାର୍ଥଡେ ପାର୍ଟରେ ୨୦ରୁ ଅଧିକ ଅସାମାଜିକ ଯୁବକ ଏକାଠି ହୋଇଥିଲେ । ସେମାନେ ଉତ୍ପାତ କରିବା ସହ କେକ୍ କାଟିବା ବେଳେ ହୋହଲ୍ଲା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/29-6.jpg)