ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ । ବିପୁଳ ପରିମାଣରେ ଗୁଳିଗୋଳା ଜବତ ।

Advertisment
ଶ୍ରୀନଗର ଲାଲଚୌକରେ ଆତଙ୍କୀ ଆକ୍ରମଣ : ଗ୍ରେନେଡ଼୍ ମାଡ଼ରେ ୨ ଯବାନ ଆହତ

image courtesy - Newsstate.com

କନକ ବ୍ୟୁରୋ : ଜାମ୍ମୁକାଶ୍ମୀର ସୋପିଆନ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ସହ ଗୁଳିବିନିମୟ ହେବା ଜଣେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିପାତ ହୋଇଥିବା ଜାଣିବାକୁ ମିଳିଛି । ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ସୋପିଆନ୍‌ ଜିଲ୍ଲାର ଇମାମ୍‌ ସାହିବ୍‌ ଅଞ୍ଚଳରେ କେତେକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ନେଇ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ପାଇବା ପରେ ସୁରକ୍ଷା କର୍ମୀମାନେ ଆଜି (ଶୁକ୍ରବାର) ପ୍ରତ୍ୟୁଷରୁ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ ।

ଏହି ସମୟରେ ସେଠାରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳିଚାଳନା କରିବାରୁ ଉଭୟଙ୍କ ମଧ୍ୟରେ ଏନ୍‌କାଉଣ୍ଟର ଆରମ୍ଭ ହୋଇଥିଲା । ଏହି ଏନ୍‌କାଉଣ୍ଟରରେ ସୁରକ୍ଷା କର୍ମୀମାନେ ଜଣେ ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ନିପାତ କରିବା ସହ ତା’ ନିକଟରୁ ବିପୁଳ ପରିମାଣର ଗୁଳିଗୋଳା ଜବତ କରିଥିଲେ। ସୁରକ୍ଷା କର୍ମୀଙ୍କ ଗୁଳିରେ ନିପାତ ହୋଇଥିବା ଆତଙ୍କବାଦୀର ନାମ ଲତିଫ୍‌ ଓରଫ୍‌ ‘ଟାଇଗର’ ଏବଂ ସେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ ମୁଜାହିଦ୍ଦିନ୍‌ର ଜଣେ ସକ୍ରିୟ ସଦସ୍ୟ ଥିବା ସୁରକ୍ଷା ବାହିନୀର ଜନୈକ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe