ବନିହାଲରେ ସିଆରପିଏଫ ବସକୁ ଆକ୍ରମଣ ଘଟଣା । ଆତଙ୍କବାଦୀଙ୍କୁ ଗିରଫ କଲା ପୋଲିସ

Advertisment
ବନିହାଲରେ ସିଆରପିଏଫ ବସକୁ ଆକ୍ରମଣ ଘଟଣା । ଆତଙ୍କବାଦୀଙ୍କୁ ଗିରଫ କଲା ପୋଲିସ

ପୁଲୱାମା ଭଳି ଶନିବାର ପୁଣିଥରେ ସିଆରପିଏଫ ଯବାନଙ୍କ ଗାଡି ଉପରକୁ ଆକ୍ରମଣ ଷଡଯନ୍ତ୍ର ରଚିଥିଲେ ଆତଙ୍କବାଦୀ । ଏପରିକି ବନିହାଲରେ ମଧ୍ୟ ପୁଲୱାମା ଭଳି ବିସ୍ଫୋରଣ କରିଥିଲେ ମଧ୍ୟ ସିଆରପିଏଫ ଯବାନ ଅଳ୍ପକେ ବର୍ତ୍ତି ଯାଇଥିଲେ । କିନ୍ତୁ ଚଳିତ ଥର ଜୈଓ ନୁହେଁ ବରଂ ହଜିବୁଲ ମୁଜାହିଦ୍ଦିନ ପକ୍ଷରୁ ଏଭଳି ଷଡ଼ଯନ୍ତ୍ର ରଚାଯାଇଥିଲା । ଯେଉଁ ଘଟଣାରେ ୱେବେସ ଅହମ୍ମଦ ମାଲିକଙ୍କୁ ଗିରଫ କରିଛି ପୋଲିସ ।

ୱେବେସ ଅହମ୍ମଦ ମାଲିକଙ୍କୁ ଗିରଫ କରିବା ପରେ ଜମ୍ମୁକୁ ନିଆଯାଇଛି ଓ ଏହାସହ ବିସ୍ଫୋରଣ ହୋଇଥିବା କାରରୁ ଦୁଇଟି ସିଲଣ୍ଡର ଏବଂ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ବିସ୍ଫୋରଣ ପରେ ହୋଇଥିବା ଯାଞ୍ଚରେ ସ୍ପଷ୍ଟ ହୋଇଥିଲା ଯେ, କାରରେ ଜମ୍ମୁ-କାଶ୍ମୀରର ନମ୍ବର ପ୍ଲେଟ ଲାଗିଥିଲା । କିନ୍ତୁ ଏହି ଗାଡି ନମ୍ବର ବାସ୍ତବରେ ହରିୟାଣାରେ ପଞ୍ଜୀକୃତ ହୋଇଛି ।

ବିସ୍ଫୋରଣରେ କାରର ଅଧିକାଂଶ ପାର୍ଟ ଉଡିଯାଇଥିବା ବେଳେ ସିଆରପିଏଫ ବସଟି ଅଳ୍ପକେ ବର୍ତ୍ତିଥିଲା । ବିସ୍ଫୋରଣ ସମୟରେ ସିଆରପିଏଫର ୬ରୁ ୭ଟି ବସ ଯାଉଥିବା ବେଳେ ସେଥିରେ ୪୦ ଜଣ ଯବାନ ଥିଲେ । ଏହି ବିସ୍ଫୋରଣରେ ସେଣ୍ଟ୍ରୋ କାରର ବ୍ୟବହାର କରାଯାଇଥିଲା ।ପୁଲୱାମା ଆତଙ୍କବାଦୀ ଆକ୍ରମଣର ଦେଢ ମାସ ପରେ ଏହି ବିସ୍ଫୋରଣ ଘଟାଇଥିଲେ ଆତଙ୍କବାଦୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe