କନକ ବ୍ୟୁରୋ : ଆମେରିକାରେ ପୁଣି ଗୁଳିମାଡ଼ । ରାଜଧାନୀ ୱାଶିଂଟନ୍ ଡିସିରେ ଗୁଳିମାଡ ହୋଇଛି । ଗୁଳିମାଡରେ ଜଣେ ୧୫ ବର୍ଷୀୟ ନାବାଳକର ମୃତ୍ୟୁ ହେଇଥିବା ଜଣାପଡ଼ିଛି । ସେହିପରି ଜଣେ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଆହତ ହୋଇଛନ୍ତି । ସ୍ଥାନୀୟ ମିଡିଆର ସୂଚନା ଅନୁସାରେ ହ୍ୱାଇଟ୍ ହାଉସରେ ଅତି ନିକଟରେ ଏହି ଗୁଳିମାଡ଼ ହୋଇଛି । ସୂଚନାଅନୁସାରେ ୱାଶିଂଟନ୍ ଡିସିରେ ଏକ ମ୍ୟୁଜିକ୍ କନସର୍ଟ ଚାଲିଥିବା ବେଳେ ଗୁଳିମାଡ଼ ହୋଇଥିଲା ।
ପୋଲିସ ଆକ୍ରମଣକାରୀଙ୍କ ଉପରେ ପାଲଟ ଆକ୍ରମଣ କରିଥିଲା । ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ଘଟଣା ପରେ ପୋଲିସ ପକ୍ଷରୁ ଆମେରିକାର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହା ସହ ଆମେରିକାରେ ଅନ୍ୟ ଯେଉଁସ୍ଥାନରେ କନସର୍ଟ ହେବାର ଥିଲା ସେ ସବୁ ସ୍ଥାନରେ ଆକ୍ରମଣକାରୀଙ୍କୁ ଖୋଜୁଛି ପୋଲିସ । ଆମେରିକାରେ କିଛି ଦିନ ମଧ୍ୟରେ ଏକାଧିକ ଥର ଗୁଳିମାଡ ହୋଇ ସାରିଲାଣି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/16-12.jpg)