ଫେସବୁକରେ ପ୍ରେମିକର ପ୍ରତିଶୋଧ ! ପ୍ରେମ ନିବେଦନ କରି ବିଫଳ ହେବାରୁ ଯୁବତୀଙ୍କୁ ସଜାଇଲା କଲଗର୍ଲ

40

କନକ ବ୍ୟୁରୋ : ଫେସବୁକରେ ପ୍ରେମିକର ପ୍ରତିଶୋଧ । ପ୍ରେମ ନିବେଦନ କରି ବିଫଳ ହେବା ପରେ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କୁ କର୍ଲଗର୍ଲ ସଜାଇ ଦେଇଛି ପ୍ରେମିକ । ଷ୍ଟିଲ୍ ସିଟି ରାଉରକେଲାରୁ ଆସିଛି ଏଭଳି ସାଂଘାତିକ ଖବର । ପି.ବିନୟ କୁମାର ନାମକ ଏହି ଯୁବକ, ସହରର ଜଣେ ପ୍ରତଷ୍ଠିିତ ପରିବାରର ଯୁବତୀଙ୍କୁ ଫେସବୁକରେ ଫ୍ରେଣ୍ଡ୍ ରିକୁଏଷ୍ଟ ପଠାଇଥିଲେ । ଦୀର୍ଘ ଦିନ ପରେ ଉଭୟେ ଚାଟ୍ ଯୋଗେ କଥାବାର୍ତ୍ତା ହେବାରୁ ଅଭିଯୁକ୍ତ ଜଣକ ପ୍ରେମ ନିବେଦନ କରିଥିଲେ । ହେଲେ ଏହାକୁ ଯୁବତୀ ଜଣକ ପ୍ରତ୍ୟାଖ୍ୟାନ କରିବାରୁ । ତାଙ୍କୁ ବଦନାମ କରିବା ଲକ୍ଷ୍ୟରେ ଯୁବତୀଙ୍କ ଫଟୋ ଏବଂ ଫୋନ୍ ନମ୍ବର ଦେଇ ଗଲଗର୍ଲ ଆଖ୍ୟା ଦେଇଥିଲେ । ଯେତେବେଳେ ଅନେକ ଅସାମାଜିକ ଲୋକଙ୍କ ଫୋନ୍ ଆସିଥିଲା, ଯୁବତୀ ଜାଣିବାକୁ ପାଇଥିଲେ ପୁରା କାହାଣୀ ।

ସେପଟେ ଭଦ୍ରକରେ ବିଫଳ ପ୍ରେମିକର, ଉନ୍ମତକାଣ୍ଡ । ପ୍ରେମିକାଙ୍କ ଅପତ୍ତିଜନକ ଫଟୋକୁ ସୋସିଆଲ୍ ମିଡ଼ିଆରେ ଛାଡି ଦେଇଛି ପ୍ରେମିକ । ଆଉ ଏହି ପାଗଳ ପ୍ରେମିକର ନାଁ ହେଉଛି ପ୍ରଭାତ ତ୍ରିପାଠୀ । ଯିଏ ଭଦ୍ରକ ସହରରେ ଏକ କଂମ୍ପୁଟର ସେଂଟର୍ ଖୋଲି ଚଳାଇଛନ୍ତି କାରସାଦି । ଲୁଚିଚପି ଯୁବତୀଙ୍କ ମୋବାଇଲରୁ ଫଟୋ ନେଇ ତାକୁ ସୋସିଆଲ୍ ମିଡ଼ିଆରେ ଛାଡ଼ି ଦେଇଛି ଅଭିଯୁକ୍ତ ।

ଆଉ ଏବେ ମିଳୁଛି ଧମକ୍ । ମାମଲା ପ୍ରତ୍ୟାହାର ନକଲେ ଜୀବନରୁ ମାରି ଦେବା ପାଇଁ ଯୁବକଙ୍କ ସଂପର୍କୀୟମାନେ ଖୋଲାଖୋଲି ଦେଉଛନ୍ତି ଧମକ । ଯେଉଁଥିରେ ସ୍ଥାନୀୟ ରାଜନେତାଙ୍କ ସଂପୃକ୍ତି ଥିବା ପୀଡ଼ିତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଭଦ୍ରକ ଏବଂ ରାଉରକେଲା ସହରେ ଘଟିଥିବା ଏହି ଦୁଇଟି ଘଟଣା ଏବେ ଯୁବପୀଢ଼ିଙ୍କ ପାଇଁ ଏକ ସତର୍କଘଂଟି ହୋଇ ସାମ୍ନାକୁ ଆସିଛି ।