୧୧୪୩ ସେବାୟତଙ୍କ କରୋନା ପରୀକ୍ଷାରେ ଜଣଙ୍କଠାରେ ମିଳିଲା କୋଭିଡ-୧୯ ଭୁତାଣୁ: ପଜିଟିଭ ଥିବା ସେବାୟତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି; ସେବାୟତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି

ସେବାୟତଙ୍କ କୋଭିଡ ଟେଷ୍ଟ ପାଇଁ ସୁପ୍ରିମକୋର୍ଟଙ୍କ ଥିଲା ନିର୍ଦ୍ଦେଶ

2,650

କନକ ବ୍ୟୁରୋ: ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଗତକାଲି ୧୧୪୩ଜଣ ସେବାୟତଙ୍କ କୋଭିଡ-୧୯ ପରୀକ୍ଷା କରାଯାଇଥିଲା । ରଥଯାତ୍ରା ପୂର୍ବରୁ ଏଭଳି କରାଯିବାକୁ ନିର୍ଦେଶ ଦିଆଯାଇଥିଲା । ସେମାନଙ୍କ ଭିତରୁ ଜଣେ ମାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ସେବାୟତମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା କୁହାଯାଇଛି ।

ପଜିଟିଭ ଚିହ୍ନଟ ହୋଇଥିବା ସେବାୟତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ସେବାୟତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଅଆଯାଇଛି।

ଆଜି ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା । କରୋନା କଟକଣା ଭିତରେ କେବଳ ପୁରୀରେ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଆଜି ଭାଇ ଭଉଣୀଙ୍କୁ ସାଥିରେ ଘେନି ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ କାଳିଆ ସାଆନ୍ତ । ହେଲେ ବ୍ୟତିକ୍ରମ ହେଉଛି ଚଳିତ ବର୍ଷ ବଡ଼ଦାଣ୍ଡରେ ରଥଯାତ୍ରାରେ ଯିବା ବେଳେ ଆଉ କାଳିଆକୁ ଚାହିଁବେନି ଲକ୍ଷ ଲକ୍ଷ ଭକ୍ତ। କାରଣ, ଭକ୍ତଙ୍କୁ ବଡ଼ଦାଣ୍ଡ ମନା । ଟିଭି ପରଦାରେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ ।