ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ମିଳିଲା ଦୁଇଟି ନିର୍ବାଚନୀ ଚିହ୍ନ । ପ୍ରଚାର ପ୍ରସାର କରିବା ପରେ ଚିହ୍ନ ବଦଳାଇ ଦେଲେ ନିର୍ବାଚନ ଅଧିକାରୀ ।

Advertisment
ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ମିଳିଲା ଦୁଇଟି ନିର୍ବାଚନୀ ଚିହ୍ନ । ପ୍ରଚାର ପ୍ରସାର କରିବା ପରେ ଚିହ୍ନ ବଦଳାଇ ଦେଲେ ନିର୍ବାଚନ ଅଧିକାରୀ ।

କନକ ବ୍ୟୁରୋ: ଏବେ ସବୁଆଡେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ଥିବାବେଳେ ପ୍ରାର୍ଥୀ ମାନେ ନିଜ ନିଜ ନିର୍ବାଚନ ଚିହ୍ନ ପାଇବା ପରେ ଘର ଘର ବୁଲି ପ୍ରଚାର ପ୍ରସାର ଆରମ୍ଭ କରିଦେଇଛନ୍ତି । ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଲଖନପୁର ପଞ୍ଚାୟତରେ କିନ୍ତୁ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ । ସେହି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୀମାନ୍ତ କୁମାର ସାହୁଙ୍କ ନିର୍ବାଚନ ଚିହ୍ନ ଦୁଇଟି ଆସିଛି । ତେଣୁ ସେ କେଉଁ ଚିହ୍ନ ଠିକ, କେଉଁ ଚିହ୍ନ ଭୁଲ ତାକୁ ନେଇ ଏବେ ଚିନ୍ତାରେ

ବରଗଡ ଜିଲ୍ଲା ଅମ୍ବାଭୋନା ଲଖନପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୀମାନ୍ତ କୁମାର ସାହୁଙ୍କୁ ୨୫ ତାରିଖ ଦିନ ନିର୍ବାଚନ ଅଧିକାରୀଙ୍କଠୁ ନିର୍ବାଚନୀ ଚିହ୍ନ ଖୋଲା ଛତା ମିଳିଥିଲା । ଏହାପରେ ସୀମାନ୍ତ ନିଜର ପ୍ରଚାର ପ୍ରସାର ଆରମ୍ଭ କରିଦେଇଥିଲେ । କିନ୍ତୁ ପରଦିନ ତାଙ୍କୁ ନିର୍ବାଚନ ଅଫିସରୁ ଫୋନ ଆସିଲା କି ଆପଣଙ୍କ ଚିହ୍ନ "ଲଙ୍ଗଳ" ଚିହ୍ନ ହୋଇଛି । ତାହା ଶୁଣି ସରପଞ୍ଚ ପ୍ରାର୍ଥୀ ଅଡୁଆରେ ପଡିଯାଇଛନ୍ତି ।

ତେବେ ଏହାପରେ ସେ ନିର୍ବାଚନ ଅଧିକାରୀଙ୍କୁ ପ୍ରଥମେ ଖୋଲା ଛତା ଚିହ୍ନ ଏବେ ପୁଣି ଲଙ୍ଗଳ ଚିହ୍ନ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ । ପ୍ରଥମେ ଚିହ୍ନ ପାଇଲା ପରେ ସେ ପ୍ରଚାର ପ୍ରସାର କରିଛନ୍ତି ଆଉ ଏବେ ଚିହ୍ନ କାହିଁକି ବଦଳାଯାଇଛି ବୋଲି ସେ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ତେବେ ତାଙ୍କ ବିରୋଧ ଷଡ଼ଯନ୍ତ୍ର କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପ୍ରାର୍ଥୀ ଜଣକ । ଅନ୍ୟପଟେ ବରଗଡ ନିର୍ଵାଚନୀ ଅଧିକାରୀ ତଥା ଏଡିଏମଙ୍କୁ ସେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ନିର୍ବାଚନ ଅଧିକାରୀ ଯେଉଁ ଚିହ୍ନ ଦେଇଛନ୍ତି ତାହା ଠିକ ନା ଭୁଲ ଓ କାହିଁକି ହେଲା ତାହା ତଦନ୍ତ କରାଯିବା ବୋଲି କହିଛନ୍ତି ବରଗଡ ଏଡିଏମ ଟୋପୋ ମିର୍ଧା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe