‘ଏକ ଟଙ୍କାବାଲା ଡାକ୍ତର’ଙ୍କୁ ପଦ୍ମଶ୍ରୀ ପୁରସ୍କାର : ପୁରସ୍କାର ପ୍ରାପ୍ତ ଡାକ୍ତର ଶୁସୋବନ ବାନାର୍ଜୀ ରୋଗୀଙ୍କୁ ସମର୍ପିତ କଲେ ପୁରସ୍କାର ।

544

ଆଜିର ସମୟରେ ଯେଉଁଠି ଶହେ ଟଙ୍କା ଧରି ବଜାର ବାହାରିଲେ ପରିବା ବ୍ୟାଗ୍ ଟିଏ ବି ସମ୍ପୁର୍ଣ୍ଣ ହେଉନାହିଁ ସେଠାରେ ୧ ଟଙ୍କାର ମୂଲ୍ୟ କ’ଣ ଆପଣ ଜାଣିପାରୁଥିବେ । ବଡ଼ ବଡ଼ ଡାକ୍ତରଖାନା ହେଉ ଅବା କ୍ଲିନିକ୍ ଚିକିତ୍ସା ପାଇଁ ଯେଉଁଠି ବଡ଼ ରକମର ବ୍ୟବସାୟ ହୁଏ ସେଠାରେ ରୋଗୀଙ୍କ ଠାରୁ ମାତ୍ର ୧ ଟଙ୍କା ନେଇ ଦୀର୍ଘ ବର୍ଷରୁ ଚିକିତ୍ସା କରିଆସୁଛନ୍ତି ପଶ୍ଚିମବଙ୍ଗର ଏହି ଡାକ୍ତର । ମାତ୍ର ୧ ଟଙ୍କାରେ ଗରିବ ରୋଗୀଙ୍କ ଚିକିତ୍ସା କରି ଖୁବ୍ ଚର୍ଚ୍ଚିତ ହୋଇଛନ୍ତି ଡା . ଶୁସୋବନ ବାନାର୍ଜୀ । ବୋଲପୁର ନିବାସୀ ଶୁସୋବନ “ଏକ ଟଙ୍କାବାଲା ଡାକ୍ତର” ନାଁରେ ଖୁବ୍ ପରିଚିତ । ତାଙ୍କର ଏଭଳି ସେବା ମନୋବୃତ୍ତି . ମହତ୍ କାମ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଗଲା । ପଦ୍ମଶ୍ରୀ ପୁରସ୍କାର ପାଇଁ ସେ ସାଧାରଣ ଲୋକ ତଥା ଚିକିତ୍ସା କରୁଥିବା ରୋଗୀଙ୍କୁ ପୁରସ୍କାରର ଶ୍ରେୟ ଦେବା ସହ ସମର୍ପିର୍ତ ମଧ୍ୟ କରିଛନ୍ତି ।

ଚଳିତବର୍ଷ ପଶ୍ଚିମବଙ୍ଗରୁୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଚୟନ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଡା.ବାନାର୍ଜୀ ମଧ୍ୟ ଥିଲେ । ଡା.ବାନାର୍ଜୀ କହିଛନ୍ତି , ମୁଁ ପଦ୍ମ ପୁରସ୍କାର ପାଇ ଖୁବ୍ ଖୁସି ଅଛି । ମୋତେ ଯେତେବେଳେ ୫୭ ବର୍ଷ ବୟସ ହୋଇଥିଲା ସେତେବେଳଠାରୁ ହିଁ ରୋଗୀଙ୍କ ଚିକିତ୍ସା କରିଆସୁଛି । ଏହି ପୁରସ୍କାର ସେମାନଙ୍କ ଯୋଗୁଁ ହିଁ ମୋତେ ମିଳିପାରିଛି । ମୁଁ ପଦ୍ମଶ୍ରୀ ପୁରସ୍କାରକୁ ସେମାନଙ୍କୁ ହିଁ ସମର୍ପିତ କରୁଛି । ପୂର୍ବ କଂଗ୍ରେସ ବିଧାୟକ କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ଡା.ବାନାର୍ଜୀଙ୍କ ଭଲ ସମ୍ବନ୍ଧ ରହିଛି ତେଣୁ ସେ ତାଙ୍କୁ ବ୍ୟକ୍ତିଗତ ଫୋନ୍ କରି ଅଭିନନ୍ଦନ ମଧ୍ୟ ଜଣାଇଥିଲେ ।