ପ୍ରତି ୨୫୦ ଟେଷ୍ଟିଂରେ ଗୋଟିଏ ପଜିଟିଭ । ରାଜ୍ୟରେ ସକ୍ରିୟ ୮୩ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୬ ଜଣଙ୍କ ପାଖରେ ରହିଛି କରୋନା ଲକ୍ଷଣ । ବିନା ଲକ୍ଷଣର ଲୋକ ଆପଣଙ୍କୁ କରିପାରନ୍ତି ସଂକ୍ରମିତ ।

696

କନକ ବ୍ୟୁରୋ: ଓଡିଶା ଭଲ ସ୍ଥିତିରେ ରହିଛି । ଦିନକୁ ଦିନ ଯେତେ ଅଧିକ ପରୀକ୍ଷ ହେଉଛି ସେତେ କମ ପଜିଟଭ ବାହାରୁଛି । ତେବେ ପ୍ରତି ୨୫୦ଟି ପରୀକ୍ଷା କଲେ ଗୋଟିଏ ପଜିଟିଭ ବାହାରୁଛି । ଯାହା ଓଡିଶା ପାଇଁ ଆଶ୍ୱସ୍ତିକ ଖବର । ଆଗାମୀ ଦିନରେ ବଢିବ ଟେଷ୍ଟିଂ ସଂଖ୍ୟା । ବର୍ତ୍ତମାନ ଓଡିଶାରେ ନମୂନା ପରୀକ୍ଷା କରିବା ଶକ୍ତି ୨ ହଜାରରୁ ଅଧିକ ରହିଛି । ପ୍ରଥମ ସପ୍ତାହରେ ୧୫୧୮, ୨ୟ ସପ୍ତାହରେ ୨୮୪୮, ତୃୟୀୟ ସପ୍ତାହରେ ୭୦୧୪ ଓ ୪ର୍ଥ ସପ୍ତାହରେ ୧୪୯୩୯ଟି ପରୀକ୍ଷା ହୋଇଛି ।

ତେବେ ପ୍ରତି ସପ୍ତାହରେ ପରୀକ୍ଷା ସଂଖ୍ୟା ବଢୁଥିବା ବେଳେ ଓଡିଶାରେ ୮ଟି ଲ୍ୟାବରେ କରୋନା ପରୀକ୍ଷା ହେଉଛି । ଆଗାମୀ ଦିନରେ ୪ଟି ଜିଲ୍ଲାରେ ପରୀକ୍ଷା ହେବ । ବାଲେଶ୍ୱର, ବାରିପଦା, ବଲାଙ୍ଗୀର, କୋରାପୁଟରେ ପରୀକ୍ଷା କରିବାକୁ ଯୋଜନା ଚାଲିଛି ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ।

ତେବେ ରାଜ୍ୟରେ ବର୍ତ୍ତମାନ ସକ୍ରିୟ ଥିବା ୮୩ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ଲକ୍ଷଣ ଦେଖାଦେଉଛି । ମାତ୍ର ଅନ୍ୟ ମାନଙ୍କର କୌଣସି ଲକ୍ଷଣ ଦେଖାଯାଉନି । ତେଣୁ ବିନା ଲକ୍ଷଣର ଲୋକ ଆପଣଙ୍କୁ ସଂକ୍ରମିତ କରିପାରନ୍ତି । ତେଣୁ ଆମେ ଲକ୍ଷଣ ଓ ବିନା ଲକ୍ଷଣର ଲୋକଙ୍କୁ ପରୀକ୍ଷା କରୁଛୁ । ଯେଉଁମାନେ ବିପଦପୂର୍ଣ୍ଣ ଜୋନରେ ଅଛନ୍ତି ସେମାନଙ୍କୁ ଟେଷ୍ଟ କରୁଛୁ ।

ପଜିଟିଭ ଧରିବାକୁ ଅଧିକ ଟେଷ୍ଟିଂ ହେଉଛି । ସରକାର ସତର୍କ ଅଛନ୍ତି, ସଠିକ ସ୍ଥାନରେ ସଠିକ ଲୋକଙ୍କ ପରୀକ୍ଷା କରୁଛନ୍ତି । ଓଡିଶାରେ ଆଗକୁ ଅଧିକ ପରୀକ୍ଷା କରିବା ଲକ୍ଷ୍ୟ ରକ୍ଷା ଯାଇଛି । ପ୍ରତି ୨୫୦ ପରୀକ୍ଷାରେ ଗୋଟିଏ ପଜିଟିଭ ଆସୁଥିଲେ ହେଁ ତଥାପି ଆମକୁ ସରକାରଙ୍କ ନିୟମ ମାନିବାକୁ ପଡିବ । ସତର୍କ ହେବା ସହ ଦୂରତା ବଜାୟ ରଖି ପରିସ୍ଥିତିର ମୁକାବିଲା କରିବାକୁ ପଡିବ ବୋଲି ଶାଳିନୀ ପଣ୍ଡିତ କହିଛନ୍ତି ।

ସେପଟେ ଭୁବନେଶ୍ୱର ମଧୁସୂଦନ ନଗର ଆକ୍ରାନ୍ତଙ୍କ କଥା ସ୍ପଷ୍ଟ କରିଛନ୍ତି ଶାଳିନୀ । ମଧୁସୂଦନ ନଗର ଆକ୍ରାନ୍ତଙ୍କ ନମୂନା ପୂର୍ବରୁ ନେଗେଟିଭ ଥିଲା ପରେ ପଜିଟିଭ ଆସିଲା । ସେ ପରିବାର ସଦସ୍ୟଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ ବୋଲି ସ୍ପଷ୍ଟ କରିଛନ୍ତି ଶାଳିନୀ ।