ପୋଲିସ ବର୍ଦ୍ଦିରେ କଳାଦାଗ : ଯାତ୍ରୀବାହୀ ବସ ପଛପଟୁ ଅସଂଯତ ଅବସ୍ଥାରେ କିନ୍ନରଙ୍କ ସହ ଉଦ୍ଧାର ହେଲେ ପୋଲିସ ବାବୁ

Advertisment
ପୋଲିସ ବର୍ଦ୍ଦିରେ କଳାଦାଗ : ଯାତ୍ରୀବାହୀ ବସ ପଛପଟୁ ଅସଂଯତ ଅବସ୍ଥାରେ କିନ୍ନରଙ୍କ ସହ ଉଦ୍ଧାର ହେଲେ ପୋଲିସ ବାବୁ

କନକ ବ୍ୟୁରୋ : ତାମିଲନାଡୁର ଜଣେ ପୋଲିସ ନିଜ ଖାକି ପୋଷାକରେ ଦାଗ ଲଗାଇ ଏବେ ଚର୍ଚ୍ଚା ପାଲଟିଛନ୍ତି। ଅଭିଯୋଗ ହୋଇଛି କି ଚେନ୍ନାଇର ଥୋରଇପୋକ୍କମ ପୁଲିସ୍ ଷ୍ଟେସନସ୍ଥିତ ଅଞ୍ଚଳରେ ଶନିବାର ରାତିରେ ଜଣେ ପୋଲିସ ଏକ ବସ୍ ପଛରେ ଜଣେ କିନ୍ନର ସହ ଶାରୀରିକ ସଂପର୍କ ସ୍ଥାପନ କରିଥିଲେ। ସେହି ବାଟ ଦେଇ ଏକ ଯୁବ ଗୋଷ୍ଠୀ ଯାଉଥିବା ବେଳେ ପୋଲିସ ସହ କିନ୍ନରକୁ ଦେଖିବାକୁ ପାଇଥିଲେ। ଯୁବକମାନେ ପୋଲିସକୁ ଏପରି କାର୍ଯ୍ୟ ସର୍ବସାଧାରଣ କରିବାକୁ ମନା ବି କରିଥିଲେ। ସେହି ଯୁବକମାନଙ୍କ ଭିତରୁ କେହି ଜଣେ ଘଟଣାର ଭିଡିଓ ରେକର୍ଡିଂ କରିବା ପରେ ଏହା ଏବେ ଲୋକଲୋଚନକୁ ଆସିଛି।

publive-imageଘଟଣାଟି ଧୀରେ ଧୀରେ ଚାରିଆଡ଼େ ଖେଳି ଯିବାରୁ ସ୍ଥାନୀୟ ଲୋକେ ଆସି ପୋଲିସକୁ ଗାଳିଗୁଲଜ ଦେବା ସହ ସେ ଆସିଥିବା ଗାଡ଼ିଟିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ସ୍ଥାନୀୟ ଲୋକେ ଅଭିଯୋଗ ଆଣି କହିଛନ୍ତି କି ସଂପୃକ୍ତ ଅଞ୍ଚଳରେ କିଛି କିନ୍ନର ରାତିରେ ରାସ୍ତାରେ ଜଗି ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି। ଏପରିକି ପୂର୍ବରୁ କିନ୍ନରମାନଙ୍କ ବିରୋଧରେ ଏନେଇ ଅଭିଯୋଗ ହୋଇଥିଲେ ବି ପୋଲିସ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe