କନକ ବ୍ୟୁରୋ: କଟକ ବାଲିକୁଦା ଅଂଚଳରେ ଗୁଡ଼ି ସୁତା ଲାଗି ଜଣେ ଆହତ । ସ୍କୁଟିରେ ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ ଯୁବକଙ୍କ ବେକରେ ପ୍ଲାଷ୍ଟିକ ସୁତା ଲାଗି ଯୁବକ ଜଣଙ୍କ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଯୁବକଙ୍କ ଜୀବନ ବଂଚିଯାଇଛି । ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି । ହେଲେ ଗୁଡ଼ି ଉଡ଼ାଇବା ପାଇଁ ବ୍ୟବହୃତ ମାଂଜା ସୂତା ଲୋକଙ୍କ ପାଇଁ କାଳ ପାଲଟୁଛି । କମିଶନରେଟ୍ ପୁଲିସ ପକ୍ଷରୁ ମାଂଜା ସୂତା ବ୍ୟବହାର ନେଇ ବାରମ୍ବାର ସଚେତନ କରାଯାଉଥିଲେ ବି କିଛି ଅମାନିଆ ମାନିବାକୁ ଅରାଜି । ଆଉ ଏହାର ପରିଣାମ ସ୍ୱରୂପ ଅନେକେ ଆହତ ମଧ୍ୟ ହେଉଛନ୍ତି ।