ଭୁବନେଶ୍ୱର ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣେ ନିଖୋଜ । ଆଜି ସକାଳେ କଟକ ବଡ ଡାକ୍ତରଖାନାରେ ଜଣେ ଆହତଙ୍କ ମୃତ୍ୟୁ :ପୋଲିସ କମିଶନର କହିଲେ ଘଟଣାର ଚାଲିଛି ଅଧିକ ତଦନ୍ତ

240

କନକ ବ୍ୟୁରୋ : ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣଙ୍କର ପତା ମିଳୁ ନାହିଁ । ବିସ୍ଫୋରଣ ବେଳେ ପେଟ୍ରୋଲ ପମ୍ପରେ କାମ କରୁଥିଲେ ଏହି ବ୍ୟକ୍ତି ଜଣକ । ତେବେ ହଠାତ ବିସ୍ଫୋରଣ ପରେ ଆଉ ତାଙ୍କର କୌଣସି ଖୋଜ୍ ଖବର ନାହିଁ । ସେପଟେ ବିଭିନ୍ନ ସ୍ଥାନରେ ମାଂସ ପିଣ୍ଡୁଳା ମିଳିବା ଘଟଣା ଏହି ଆଶଙ୍କାକୁ ଆହୁରି ବଢାଇ ଦେଇଛି । ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଇଛି ।

ସେପଟେ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଗୁରୁତରଙ୍କର ମୃତ୍ୟୁ ହୋଇଯାଇଛି । ବିସ୍ଫୋରଣ ସ୍ଥଳରେ ଚାରି ଜଣ କାମ କରୁଥିଲେ । ସେମାନେ ଆହତ ହୋଇଥିବା ବେଳେ ଜଣଙ୍କର ଆଜି ସକାଳେ ମୃତ୍ୟୁ ହୋଇଛି ଏବଂ ଆଉ ଜଣେ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ମିଳିଥିବା ମାଂସ ଖଣ୍ଡର ପରେନ୍ସିକ୍ ଯାଂଚ ପାଇଁ ପଠାଯାଇଛି ।ଆବଶ୍ୟକ ପଡିଲେ ଏହାର ଡିଏନଏ ଟେଷ୍ଟ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।