କଲରାପତରିଆ ବାଘ ଆତଙ୍କ, ନୂଆପଡାରେ ଗୁରୁତର ଅବସ୍ଥାରେ ଜଣେ ଡାକ୍ତରଖାନାରେ ଭର୍ତ୍ତି।

କଲରାପତରିଆ ବାଘ ଆତଙ୍କ, ନୂଆପଡାରେ ଗୁରୁତର ଅବସ୍ଥାରେ ଜଣେ ଡାକ୍ତରଖାନାରେ ଭର୍ତ୍ତି।

କନକ ବ୍ୟୁରୋ: ନୂଆପଡାରେ କଲରାପତରିଆ ବାଘ ଆତଙ୍କ। ବାଘ ଆକ୍ରମଣରେ ଜଣେ ଗ୍ରାମବାସୀ ଆହତ। ଗୁରୁତର ଅବସ୍ଥାରେ ତାଙ୍କୁ ସିନାପାଲି ମେଡିକାଲରେ ଭର୍ତି କରାଯାଇଛି । ଆହତ ହେଉଛନ୍ତି ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ଅନ୍ତର୍ଗତ ହୀରାପୁର ଗାଁର ସେନାପତି ମାଝି । ଜଙ୍ଗଲ ନିକଟ ଚାଷ ଜମିକୁ ସେନାପତି ଯାଇଥିଲା ବେଳେ ବାଘ ହାବୁଡରେ ପଡିଥିଲେ । ବାଘ ଆକ୍ରମଣରେ ସେନାପତିଙ୍କ ଗୋଡ ଓ ହାତରେ ଗଭୀର କ୍ଷତ ହୋଇଛି । ଖବର ପାଇ ସିନାପାଲି ଫରେଷ୍ଟର ଖଗେଶ୍ୱର ମାଝୀ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତ ସେନାପତିଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତି କରିଛନ୍ତି । ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ହୀରାପୁର ଅଂଚଳରେ ବାଘ ବୁଲୁଥିବା ଖବର ପାଇବା ପରେ ଲୋକେ ଆତଙ୍କିତ ହୋଇପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe