କନକ ବ୍ୟୁରୋ: ଗଞ୍ଜାମ ଚିକିଟିରେ ବିଷାକ୍ତ ମଦ ପିଇ ଅସୁସ୍ଥ ଘଟଣାରେ ଜଣଙ୍କର ମୃତ୍ୟୁ । ମର ଶରୀରକୁ ରାସ୍ତାରେ ରଖି ଗାଁ ଲୋକଙ୍କ ପ୍ରତିବାଦ। ବ୍ରହ୍ମପୁର ବଡ଼ ମେଡିକାଲ ଆଇସିୟୁରେ ଗୁରୁତର ଭାବେ ଚିକିତ୍ସିତ ଯୁର ବେହେରାଙ୍କ ଆଜି ମୃତ୍ୟୁ ଘଟିଛି। ଏବେ ବି ୨୩ ଜଣ ଅସୁସ୍ଥ ହୋଇ ଚିକିଟି ଓ ଏମକେସିଜିରେ ଚିକିତ୍ସାଧୀନ ଅଛନ୍ତି। ବିଷାକ୍ତ ମଦ ପିଇବା ଘଟଣାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଅବକାରୀ କମିସନର ନରସିଂହ ଭୋଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। ୪ ଜଣଙ୍କୁ ପୁଲିସ ଓ ଅବକାରୀ ବିଭାଗ ଗିରଫ କରିଛି।

Advertisment