କନକ ବ୍ୟୁରୋ: କରୋନା ମହାମାରୀ ଭିତରେ ଚିନ୍ତା ବଢାଉଛି ବ୍ଲାକ ଫଙ୍ଗସ । ଉତ୍ତର ପ୍ରଦେଶର ଗାଜିଆ ବାଦରୁ ଏଭଳି ଏକ ଖବର ଆସିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ୟ୍ୟ ହୋଇଯିବେ । କାରଣ ଗୋଟିଏ ରୋଗୀଙ୍କ ପାଖରେ ଚିହ୍ନଟ ହୋଇଛି ବ୍ଲାକ, ହ୍ୱାଇଟ ଓ ୟେଲୋ ଫଙ୍ଗସ । ଗାଜିଆବାଦର ଯେଉଁ ହସ୍ପିଟାଲରୁ ଏହି ଖବର ସାମ୍ନାକୁ ଆସିଛି ସେହିଠାରୁ ୭ ପ୍ରକାର ହ୍ୱାଇଟ ଫଙ୍ଗସ କେସ ସାମ୍ନାକୁ ଆସିଛି ।
ଗାଜିଆବାଦ ସଞ୍ଜୟ ନଗରର ଜଣେ ଲୋକଙ୍କଠାରେ ଏଭଳି ୩ ପ୍ରକାର ଫଙ୍ଗସ ଦେଖାଯାଇଛି । ବର୍ତ୍ତମାନ ସେଠାକାର ବରିଷ୍ଠ ଇନଟି ଡାକ୍ତର ଏହି ରୋଗର ଯାଞ୍ଚ କରୁଛନ୍ତି । ତେବେ ଏଭଳି ଭାବରେ ଉତ୍ତର ପ୍ରଦେଶରେ ଧିରେ ଧିରେ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/Capture-3.png)