କନକ ବ୍ୟୁରୋ: ନୂଆଦିଲ୍ଲୀ ସ୍ଥିତି ନୀତିଆୟୋଗ କାର୍ଯ୍ୟାଳୟ ସିଲ । ଜଣେ ଅଧିକାରୀଙ୍କ ଠାରେ କରୋନା ପଜିଟିଭ ଆସିବା ପରେ ପଦକ୍ଷେପ ନିଆଯାଇଛି । ୨ ଦିନ ପାଇଁ ନୀତିଆୟୋଗ ବିଲଡିଂକୁ ସିଲ କରାଯାଇଛି । ବିଲ୍ଡିଂକୁ ସଂପୂର୍ଣ୍ଣ ସାନିଟାଇଜ୍ କରାଯିବ ।
ପ୍ରଥମେ ରାଷ୍ଟ୍ରପତି ଭବନ, ଏହା ପରେ ସୁପ୍ରିମକୋର୍ଟ ଓ ଏବେ ନୀତି ଆୟୋଗର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ନୀତି ଆୟୋଗର କାର୍ଯ୍ୟାଳୟକୁ ସିଲ କରାଯାଇଛି । ନୀତି ଆୟୋଗର ଜଣେ ଅଧିକାରୀ କରୋନା ପଜିଟିଭ୍ ଜଣାପଡିବା ପରେ ଦୁଇ ଦିନ ଧରି କୋଠାକୁ ସିଲ୍ କରାଯାଇଛି। ପୁଙ୍ଖାନୁପୁଙ୍ଖ ସାନିଟାଇଜେସନ୍ ପାଇଁ ଦୁଇ ଦିନ ବିଲ୍ଡିଂକୁ ସିଲ୍ କରିବା ସହିତ ଆବଶ୍ୟକ ପ୍ରୋଟୋକଲ୍ ପାଳନ କରାଯାଉଛି ବୋଲି ନୀତି ଆୟୋଗର ଡେପୁଟି ସେକ୍ରେଟେରୀ (ପ୍ରଶାସନ) ଅଜିତ କୁମାର ଏହି ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/NITI-1.jpg)
/kanak/media/post_attachments/wp-content/uploads/2020/04/EWq84M4VcAEcXhN.jpg)
/kanak/media/post_attachments/wp-content/uploads/2020/04/EWq85yMUYAM7auC.jpg)