ଧାରଣାରେ ବସିଥିବା କର୍ପୋରେଟର ଗୁରୁତର । ଆମ୍ବୁଲାନ୍ସରେ ଗଲେ ହସ୍ପିଟାଲ 

144

କନକ ବ୍ୟୁରୋ: ଧାରଣାରେ ବସିଥିବା ସିଏମସି କର୍ପୋରେଟରଙ୍କ ମଧ୍ୟରୁ ଜଣେ ଗୁରୁତର । ୱାର୍ଡ ନମ୍ବର-୧ର କର୍ପୋରେଟର ଭାନୁ ସେନାପତି ଅସୁସ୍ଥ ହେବା ପରେ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । କଟକ ମହାନଗର ନିଗମରେ ଦୁର୍ନୀତି ଚାଲିଥିବା ଅଭିଯୋଗ ଆଣି ୫ଦିନ ହେବ ଧାରଣାରେ ବସିଛନ୍ତିି ବିରୋଧୀ ବିଜେପି ଓ କଂଗ୍ରେସର କର୍ପୋରେଟର । କିନ୍ତୁ ଆଜି ପର୍ଯ୍ୟନ୍ତ ଧାରଣାରତ କର୍ପୋରେଟରଙ୍କ ନିକଟକୁ ମେୟର କି କମିଶନର ଆସି ନାହାନ୍ତି । ତେବେ ବିରୋଧୀ କର୍ପୋରେଟରଙ୍କ ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି କଟକ ମେୟର ।