ଲାଲଗଡରେ ଭୟ ଓ ଆତଙ୍କର ବାତାବରଣ: ରାତି ହେଲେ ବଦଳିଯାଉଛି ଗାଁ ଗଣ୍ଡାର ଚିତ୍ର; ନିଜର ସୁରକ୍ଷା ପାଇଁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଜଗୁଛନ୍ତି ଗାଁ ଲୋକେ

ଯୋଡାମ୍ବ ପଂଚାୟତରୁ ସ୍ଥିତି ପରଖିଲା କନକ ନ୍ୟୁଜ

124

କନକ ବ୍ୟୁରୋ: ଲାଲଗଡ ରେ ଭୟ ଓ ଆତଙ୍କ ମଧ୍ୟ ରେ କଟୁଛି ରାତି । ଦିନ ରେ ଯବାନ ଙ୍କ ପ୍ରହରା । ଆଉ ରାତି ହେଲେ ବଦଳି ଯାଏ ଗାଁ ଗଣ୍ଡା ର ଚିତ୍ର । ଗ୍ରାମବାସୀ ମାନେ ମାଓବାଦୀଙ୍କ ବିରୋଧ ରେ ହାତରେ ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ଉଠାଇଛନ୍ତି ସତ । ତେବେ ରାତି ହେଲେ ନିଜ କୁ ସୁରକ୍ଷିତ କରିବା ଲାଗି ହାତରେ ଧନୁ ତିର, ଦା, ଟାଙ୍ଗିଆ ଧରି ଗାଁ ଜଗୁଛନ୍ତି ଗ୍ରାମବାସୀ । ଗାଁ ମୁଣ୍ଡ ସାଙ୍ଗକୁ ଗାଁ ଭିତରେ ଧନୁ ତିର ଧରି ପାଟ୍ରୋଲିଙ୍ଗ କରୁଛନ୍ତି ଗାଁ ସିପାହୀ । ଆଉ ଗୋଟିଏ ଦଳ ଗାଁ ଦାଣ୍ଡରେ ଜଗୁଛନ୍ତି ।

ଏ ହୋଉଛି ସ୍ୱାଭିମାନ ଅଂଚଳରୁ ଖଜୁରିଗୁଡା ଗାଁ ର ଚିତ୍ର । ଗତ ୨୦ ତାରିଖ ଦାଶ ଖେମୁଣ୍ଡୁଙ୍କ ହତ୍ୟା ପରେ ଗାଁ ରେ ବିଏସଏଫ ଯବାନ ମାନଙ୍କ ଏକ ଅସ୍ଥାୟୀ ଶିବିର ସ୍ଥାପନ କରାଯାଇ ଗାଁ ଲୋକଙ୍କୁ ସୁରକ୍ଷିତ କରା ଯାଇଛି । ଆଉ ସ୍ୱାଭିମାନ ଅଂଚଳସ୍ଥିତ ଯୋଡାମ୍ବା ପଂଚାୟତ ର ପୁରା ଗାଁ ସମେତ ପଣସପୁଟ ପଂଚାୟତ ର ୧୦ ଟି ଗାଁ କୁ ନେଇ ପ୍ରାୟ ୩୦ ଖଣ୍ଡ ଗାଁ ରେ ରାତି ହେଲେ ଏଭଳି ଚିତ୍ର ଦେଖିବାକୁ ମିଳୁଛି ।