କନକ ବ୍ୟୁରୋ: ଓଡିଶା ପାଇଁ ଚିନ୍ତା ବଢାଇଲା ଯାଜପୁର । ପୁଣି ଜଣେ କରୋନା ଆକ୍ରାନ୍ତ ଯାଜପୁରରୁ ଚିହ୍ନଟ । ବରୀ ବ୍ଲକରେ ଆଉ ଜଣେ କରୋନା ଆକ୍ରାନ୍ତ ଟିହ୍ନଟ । ୬୨ ବର୍ଷୀୟ ବ୍ୟକ୍ତିଙ୍କ ନମୂନାରେ କରୋନା ପଜିଟିଭ । ତେବେ ଆକ୍ରାନ୍ତ ବ୍ୟକ୍ତି କୋଲକାତାରୁ ଫେରନ୍ତା । ତାଙ୍କ ଦେହରେ ଲକ୍ଷଣ ନଥିଲା କିନ୍ତୁ କ୍ୱାରେଣ୍ଟାଇନରେ ଥିଲେ । ଆଉ ଏବେ ନମୂନା ପଜିଟିଭ ଆସିଛି ।
3rd Health Update, 2nd May
One New Positive in Jajpur
62 yr Male, Bari block
(Kolkata returnee. Asymptomatic. Remained in quarantine)
Contact tracing and follow-up action is being done.
Total Positive Case: 157
— I & PR Department, Odisha (@IPR_Odisha) May 2, 2020
ତେବେ ସବୁଠାରୁ ବଡ କଥା ହେଉଛି ଖୋର୍ଦ୍ଧା ଜିଲ୍ଲାକୁ ଟପିଗଲା ଯାଜପୁର । ନୂଆ ପଜିଟିଭ ଚିହ୍ନଟ ପରେ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୪୮ ଛୁଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଖୋର୍ଦ୍ଧାଠୁ ଟପିଗଲା । ଖୋର୍ଦ୍ଧାରେ ପଜିଟିଭ ସଂଖ୍ୟା ୪୭ ଥିବା ବେଳେ ଯାଜପୁରରେ ୪୮ ପହଞ୍ଚିଲା ।
ଆଜି ଗୋଟିଏ ଦିନରେ ଯାଜପୁରରେ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭ ସଂଖ୍ୟା ୪୮କୁ ବୃଦ୍ଧି ସାରା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଯାଜପୁର ଏବେ ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଜିଲ୍ଲାରେ ପହଞ୍ଚିଛି । ତେବେ ଯାଜପୁରକୁ ରେଡ୍ ଜୋନ୍ ଘୋଷଣା କରାଯାଇଛି । ଯାଜପୁର ଜିଲ୍ଲାର କଟିକଟା ପଞ୍ଚାୟତକୁ ବି ନୂଆ ହଟସ୍ପଟ ଘୋଷଣା କରିଛନ୍ତି ସରକାର । ତେବେ ଯାଜପୁର ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୧୫୭ରେ ପହଞ୍ଚିଲା ।