କନକ ବ୍ୟୁରୋ: ରାଜ୍ୟରେ ଯେଉଁ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ସେ ଜଣେ ପୁରୁଷ ଏବଂ ତାଙ୍କ ବୟସ ୫୮ ବର୍ଷ ବୋଲି ଜଣାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ପଜିଟିଭ ବାଲେଶ୍ୱର ଜିଲ୍ଲାର ବୋଲି ବି ସୂଚନା ମିଳିଛି। ଏହା ଫଳରେ ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଉକ୍ତ କରୋନା ଆକ୍ରାନ୍ତ କୋଲକାତା ଫେରନ୍ତା ବୋଲି ବି କୁହାଯାଇଛି।ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନ ଥିଲେ ବି ପଜିଟିଭ ଚିହ୍ନଟ ହୋଇଛନ୍ତି ସେ। ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟର୍ ଯୋଗେ ସୂଚନା ଦିଆଯାଇଛି ।
First Health Update, 1st May, 2020
One New Positive in Balasore
58 yrs Male(Kolkata returnee. Asymptomatic)
Contact tracing and follow-up action is being done.Total positive cases-143
— I & PR Department, Odisha (@IPR_Odisha) May 1, 2020
ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ବ୍ୟକ୍ତି ଜଣକ ବାଲେଶ୍ୱର ଜିଲ୍ଲାର ହୋଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହାକୁ ମିଶାଇ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ଛୁଇଁଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧ ଜଣ ସୁସ୍ଥ ହୋଇଥିବା ବେଳେ ଓଡିଶାରେ ୧୦୧ ଆକ୍ଟିଭ କେସ ରହିଛି । ତେବେ ଯାଜପୁର ପରେ ବାଲେଶ୍ୱର ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲାକୁ ଟପି ଯାଇଛି ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଯାଜପୁରରେ ୩୫ ଆକ୍ଟିଭ କେସ ଓ ବାଲେଶ୍ୱରରେ ୨୦ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ଭୁବନେଶ୍ୱରରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୯ । ସେହିପରି ଭଦ୍ରକର ୧୭ ଜଣ କରୋନା ଆକ୍ରାନ୍ତ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବର୍ତମାନ ସୁଦ୍ଧା ରାଜ୍ୟରେ ମାରତ୍ମକ ଭୂତାଣୁ କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବିଶେଷକରି ଗତ କିଛିଦିନ ହେବ କୋଲକାତାରୁ ଫେରିଥିବା ଲୋକଙ୍କ ମଧ୍ୟରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଅଧିକ ମାତ୍ରାରେ ଚିହ୍ନଟ କରାଯାଉଛି। ଯାହାକି ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି। ସେହିପରି ନମୁନା ପରୀକ୍ଷା ସଂଖ୍ୟାରେ ମଧ୍ୟ ଯଥେଷ୍ଟ ବୃଦ୍ଧି ହୋଇଛି।