କେନ୍ଦ୍ରାପଡ଼ାକୁ ଫେରିଲା କରୋନା…ବିରତି ପରେ ପୁଣି ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ, ୬୦ ବର୍ଷୀୟ ବୃଦ୍ଧଙ୍କ ନମୂନା ଆସିଲା ପଜିଟିଭ୍, କୋଲକାତା ଫେରନ୍ତା ବୋଲି ତଥ୍ୟ ଦେଲେ ସରକାର ।

721

କନକ ବ୍ୟୁରୋ: କରୋନା ମୁକ୍ତ କେନ୍ଦ୍ରାପଡ଼ାକୁ ବିରତି ପରେ ପୁଣି ଫେରିଲା କରୋନା । ଜିଲ୍ଲାରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ପଷ୍ଟ କଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏବେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି ପାଇଛି । ତେବେ କେନ୍ଦ୍ରାପଡ଼ାର ନୂଆ ଆକ୍ରାନ୍ତ ଜଣେ ୬୦ ବର୍ଷୀୟ ପୁରୁଷ କୋଲକାତା ଫେରନ୍ତା । କେନ୍ଦ୍ରାପଡା କରୋନା ମୁକ୍ତ ଥିବା ବେଳେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ ଜଗତସିଂହପୁରରେ ପ୍ରଥମଥର ପାଇଁ ୪ ପଜିଟିଭ ଟିହ୍ନଟ ହୋଇଛନ୍ତି । ଜିଲ୍ଲାକୁ ପ୍ରଥମ ଥର ପାଇଁ ଏକାଥରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ୪ ଜଣ ନାଉଗାଁ ଅଞ୍ଚଳର । ସମସ୍ତେ ସୁରତ ଫେରନ୍ତା । ତେବେ ୪ ଜଣଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ସୂଚନା । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୬, ୩୨, ୩୦, ୪୭ ବର୍ଷୀୟ ଯୁବକ ଅଛନ୍ତି ।

ଅନ୍ୟପଟେ ବର୍ତ୍ତମାନ ୫ ଏବଂ ସକାଳେ ୪ ପଜିଟିଭ ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ଦିନରେ ୯ରେ ପହଞ୍ଚିଛି । ସକାଳେ ଗଞ୍ଜାମ-୧, ବାଲେଶ୍ୱର-୧, ଯାଜପୁର-୨ ଚିହ୍ନଟ ହୋଇଥିଲେ । ତେବେ ନୂଆ ୫ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ ପଜିଟିଭ ସଂଖ୍ୟା ୧୮୫କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୨୨ଟି ସକ୍ରିୟ କେସ୍ ଥିବାବେଳେ ୬୧ ଜଣ ସୁସ୍ଥ ହୋଇଛନ୍ତି । ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି ।