କନକ ବ୍ୟୁରୋ: ଯାଜପୁରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ୩୮ ବର୍ଷିୟ ଯୁବକଙ୍କ ନମୂନା ପରୀକ୍ଷା ପରେ ପଜିଟିଭ୍ ମିଳିଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ତେବେ ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଟ୍ୱିଟ୍ ଯୋଗେ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ଏହି ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଁଚିଥିବାବେଳେ ପୂର୍ବରୁ ଜଣେ ସୁସ୍ଥ ହୋଇଥିଲେ । ତେବେ ବର୍ତ୍ତମାନ କେବଳ ଯାଜପୁରରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭ ରହିଛି ।
2nd Health Update 22nd April, 2020
One New Positive case in Jajpur
38 Yrs Male
(Returned from West Bengal)Total Positive Cases Detected: 83
— I & PR Department, Odisha (@IPR_Odisha) April 22, 2020
ତେବେ ଯାଜପୁରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପହଁଚିଛି । ସେହିପରି ଗତ କିଛି ସମୟ ପୂର୍ବେ ଭୁବନେଶ୍ୱରର ୨ କରୋନା ପଜିଟିଭ୍ ସୁସ୍ଥ ହୋଇଥିବା କହିଥିଲା ସ୍ୱାସ୍ଥ୍ୟ ବିଭାଗ । ତେଣୁ ବର୍ତ୍ତମାନ ରାଜ୍ୟରେ ୩୨ ଜଣ ସୁସ୍ଥ ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ରହିଛି ଏବଂ ଜଣକର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ଉଲ୍ଲେଖ ରହିଛି ।