ବାଲେଶ୍ୱରରୁ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ । ରାଜ୍ୟରେ ୧୬୧ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ।

3,808

କନକ ବ୍ୟୁରୋ : ସଂଖ୍ୟା ବଢୁଛି, ଚିନ୍ତା ବଢୁଛି । ଏହାରି ଭିତରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ପଜିଟିଭ । ଆକ୍ରାନ୍ତ ଜଣଙ୍କ ବାଲେଶ୍ୱରର ହୋଇଥିବା ନେଇ ସୂଚନା ମିଳିଛି । ଆକ୍ରାନ୍ତ ଜଣଙ୍କ ୩୪ ବର୍ଷୀୟ ପୁରୁଷ ହୋଇଥିବା ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସବୁଠାରୁ ବଡ଼ କଥା ହେଉଛି, ଏହି ଆକ୍ରାନ୍ତ ଜଣଙ୍କର ରହିଛି କୋଲକାତା ଲିଙ୍କ୍ । ନିକଟରେ ସେ ପଶ୍ଚିମବଙ୍ଗରୁ ଫେରିଥିଲେ । ତେବେ ଏହା ସହ ରାଜ୍ୟରେ ୧୬୧ରେ ପହଞ୍ଚିଛି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ।

Comments are closed.