କନକ ବ୍ୟୁରୋ : ସଂଖ୍ୟା ବଢୁଛି, ଚିନ୍ତା ବଢୁଛି । ଏହାରି ଭିତରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ପଜିଟିଭ । ଆକ୍ରାନ୍ତ ଜଣଙ୍କ ବାଲେଶ୍ୱରର ହୋଇଥିବା ନେଇ ସୂଚନା ମିଳିଛି । ଆକ୍ରାନ୍ତ ଜଣଙ୍କ ୩୪ ବର୍ଷୀୟ ପୁରୁଷ ହୋଇଥିବା ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସବୁଠାରୁ ବଡ଼ କଥା ହେଉଛି, ଏହି ଆକ୍ରାନ୍ତ ଜଣଙ୍କର ରହିଛି କୋଲକାତା ଲିଙ୍କ୍ । ନିକଟରେ ସେ ପଶ୍ଚିମବଙ୍ଗରୁ ଫେରିଥିଲେ । ତେବେ ଏହା ସହ ରାଜ୍ୟରେ ୧୬୧ରେ ପହଞ୍ଚିଛି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/BALASORE-1.jpg)