କନକ ବ୍ୟୁରୋ : ଦାନ୍ତେୱାଡ଼ାରେ ମାଓ ଆକ୍ରମଣ ପରେ ଜୋରଦାର ହେଲା ଅପରେସନ । ଗରିଆ ବନ୍ଧ ଠାରେ ପୁଲିସ ମାଓବାଦୀ ମୁହାଁମୁହିଁ । ଜୁଗାର କୋବରା ଯବାନଙ୍କ ଗୁଳି ମାଡ଼ରେ ନିପାତ ହୋଇଛିି ଜଣେ ମାଓବାଦୀ । ଜୁଗାର ଥାନା ଅନ୍ତର୍ଗତ କୋର୍ଲାଗୁଡ଼ା ଭାଟାପାଣି ଜଙ୍ଗଲରେ ଜାରି ରହିଛି ଯବାନଙ୍କ ମାଓ ନିପାତ ଅପରେସନ । ନିକଟରେ ଦାନ୍ତେୱାଡ଼ାରେ ମାଓ ଆକ୍ରମଣ ପରେ ସହିଦ ହୋଇଥିଲେ ୧୦ ଜଣ ଯବାନ ।