ଚାକିରିଆଙ୍କ ପାଇଁ ଖୁସି ଖବର...ଦେଶବ୍ୟାପୀ ଲାଗୁ ହେବ ‘ୱାନ ନେସନ, ୱାନ ପେ ଡେ’...ଏଣିକି ଗୋଟିଏ ଦିନରେ ଦରମା ପାଇବେ କର୍ମଚାରୀ

ଚାକିରିଆଙ୍କ ପାଇଁ ଖୁସି ଖବର...ଦେଶବ୍ୟାପୀ ଲାଗୁ ହେବ ‘ୱାନ ନେସନ, ୱାନ ପେ ଡେ’...ଏଣିକି ଗୋଟିଏ ଦିନରେ ଦରମା ପାଇବେ କର୍ମଚାରୀ

କନକ ବ୍ୟୁରୋ: ଦେଶବ୍ୟାପୀ ଗୋଟିଏ ଦିନରେ ମିଳିବ ଦରମା ! ସଂଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ସୁବିଧାରୁ ନଜରରେ ରଖି କେନ୍ଦ୍ର ସରକାର ଏକ ରାଷ୍ଟ୍ର, ଏକ ଦିନରେ ବେତନ ବ୍ୟବସ୍ଥା ଲାଗୁ କରିବା ନେଇ ବିଚାର ବିମର୍ଷ କରୁଛନ୍ତି । ଗତକାଲି ଏନେଇ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସୂଚନା ଦେଇଛନ୍ତି ।

ଗଙ୍ଗୱାର କହିଛନ୍ତି ଯେ, ଦରମା ପ୍ରଦାନ କ୍ଷେତ୍ରରେ ଏଣିକି ସାରା ଦେଶରେ ଗୋଟିଏ ସମାନ ବ୍ୟବସ୍ଥା ରହିବା ଦରକାର । ଯାହା ଫଳରେ ସମଗ୍ର ଦେଶରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନେ ପ୍ରତି ମାସରେ ଏକ ନିର୍ଧାରିତ ସମୟରେ ଦରମା ପାଇ ପାରିବେ । ତେବେ ଖୋଦ୍ ପ୍ରଧାନମନ୍ତ୍ରୀ ଏସଂକ୍ରାନ୍ତରେ ବ୍ୟକ୍ତିଗତ ଭାବେ ଏକ ବିଧେୟକକୁ ସଂସଦରେ ମଂଜୁରି କରାଇବାକୁ ଇଚ୍ଛାପ୍ରକାଶ କରିଥିବା ନେଇ କେନ୍ଦ୍ର ଶ୍ରମ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଗଙ୍ଗୱାର ଆହୁରୀ ମଧ୍ୟ କହିଛନ୍ତି କି, କେନ୍ଦ୍ର ସରକାର ଏବେ ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ କାର୍ଯ୍ୟସ୍ଥଳରେ ସ୍ଥିତି ଓଏସଏଚ କୋଡ ଏବଂ ବେତନ କୋଡ୍ ଲାଗୁ କରିବା ଦିଗରେ କାମ କରୁଛନ୍ତି । ଇତିମଧ୍ୟରେ ସଂସଦରେ ବେତନ କୋଡକୁ ମଞ୍ଜୁରି ମିଳିସାରିଥିବା ବେଳେ ବର୍ତ୍ତମାନ ଏହାର କାର୍ଯ୍ୟାନ୍ୱୟନ ପାଇଁ ନିୟମ ପ୍ରସ୍ତୁତି ଚାଲିଥିବା କହିଛନ୍ତି । ତେବେ ଓଏସଏଚ୍ କୋଡକୁ ଲୋକସଭାରେ ଚଳିତବର୍ଷ ଜୁଲାଇ ୨୩ରେ ଆଗତ କରାଯାଇଥିବା ବେଳେ ଏହି କୋଡକୁ ୧୩ଟି କେନ୍ଦ୍ରୀୟ ଶ୍ରମ ଆଇନକୁ ମିଶାଇ ପ୍ରସ୍ତୁତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe