ଏକ୍ ଦେଶ ଏକ୍ ରାସନ କାର୍ଡ ଭଳି ଏବେ ଲାଗୁ ହେବ ୱାନ ନେସନ ୱାନ ହେଲଥ କାର୍ଡ । ଦେଶର ଯେଉଁଠି ଥିଲେ ବି ପ୍ରତିଟି ବ୍ୟକ୍ତିଙ୍କୁ ମିଳିବ ଚିକିତ୍ସା ସହାୟତା । ଆଧାର ଭଳି ସ୍ୱାସ୍ଥ୍ୟ କାର୍ଡ ହେବ ବାଧ୍ୟତାମୂଳକ

897

କନକ ବ୍ୟୁରୋ: ଦେଶବ୍ୟାପୀ ଲାଗୁ ହେବାକୁ ଯାଉଛି ୱାନ ନେସନ ୱାନ ହେଲ୍ଥ କାର୍ଡ ସିଷ୍ଟମ । ୱାନ ନେସନ ୱାନ ରାସନ କାର୍ଡ ଭଳି ଖୁବ୍ ଶୀଘ୍ର ମୋଦି ସରକାର ଲାଗୁ କରିବାକୁ ଯାଉଛନ୍ତି ୱାନ ନେସନ ୱାନ ହେଲ୍ଥ ଆଇଡି କାର୍ଡ । ଏନେଇ ଆସନ୍ତା  ୧୫ ତାରିଖ ତଥା  ଅଗଷ୍ଟ ୧୫ ସ୍ୱାଧିନତା ଦିବସ ଅବସରରେ  ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ନିକଟରେ ରାଷ୍ଟ୍ରୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନକୁ କେନ୍ଦ୍ର କ୍ୟାବିନେଟରୁ ମଂଜୁରୀ ମିଳିଛି । ତେବେ ଆଶା କରାଯାଉଛି କି ଚଳିତ ସପ୍ତାହ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ଏହି ମିଶନକୁ ଔପଚାରିକ ଅନୁମୋଦନ ମିଳିବା ସହ ଅଗଷ୍ଟ ୧୫ ତାରିଖ ସ୍ୱାଧିନତା ଦିବସ ଅବସରରେ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେନ୍ଦ୍ର ସରକାରଙ୍କ ୱାନ ନେସନ ୱାନ ହେଲ୍ଥ ଆଇଡି କାର୍ଡ ଯୋଜନାରେ ଦେଶର ପ୍ରତିଟି ନାଗରିକଙ୍କୁ ଗୋଟିଏ ହେଲଥ କାର୍ଡ ଉପଲବ୍ଧ କରାଯିବ । ଯେଉଁଥିରେ ରୋଗୀର ସମସ୍ତ ମେଡିକାଲ ରିପୋର୍ଟ ତଥା ମେଡିକାଲ ଡାଟା ସମେତ ଡାକ୍ତରମାନଙ୍କ ଡିଟେଲ୍ସ ମଧ୍ୟ ଗୋଟିଏ ପ୍ଲାର୍ଟଫର୍ମରେ ଡିଜିଟାଲି ସେଭ୍ ହୋଇ ରଖାଯିବ । ଅର୍ଥାତ୍ ଦେଶର କୌଣସି ବି ମେଡାକାଲ ତଥା ଡାକ୍ତରଙ୍କ ନିକଟକୁ ଗଲେ ଏବେ ଆପଣଙ୍କ ଆଉ କୌଣସି ଟେଷ୍ଟ ରିପୋର୍ଟ କିମ୍ବା ପେସକ୍ରିପସନ ସାଥିରେ ନେଇ ଯିବାକୁ ପଡିବ ନାହିଁ । ଦେଶର କୌଣସି ବି ହସ୍ପିଟାଲ କିମ୍ବା କ୍ଲିନିକରେ ବସି ବି ଡାକ୍ତର ଆପଣଙ୍କ ୟୁନିକ୍ ଆଇଡି ଜରିଆରେ ସବୁ ମେଡିକାଲ ରେକର୍ଡ ଦେଇଖପାରିବେ ।