ସମ୍ବିଧାନ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା । ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ଗୁରୁତ୍ୱ । ପୁଣି କଂଗ୍ରେସକୁ ନିଶାନା । ସମ୍ବିଧାନ ଭାଙ୍ଗିବାକୁ ପ୍ରୟାସ କରିବାର ଦଣ୍ଡ ଏବେ ଲୋକମାନେ ଦେଉଛନ୍ତି

309

କନକ ବ୍ୟୁରୋ : ଏକ ଦେଶ ଏକ ନିର୍ବାଚନ । ଏହା ଭାରତରେ ହେବା ଜରୁରୀ । ଏଭଳି ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଦ୍ୱାରା ସମୟ ଓ ଅର୍ଥ ଏକା ସଂଗେ ଏହାର ଅପଚୟ ରୋକାଯାଇ ପାରିବ । ସମ୍ବିଧାନ ଦିବସରେ ଦେଶବାସୀଙ୍କ ଉର୍ଦ୍ଦେଶ୍ୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ସେ କହିଛନ୍ତି କି ଏହି ପ୍ରସଙ୍ଗରେ ବିସ୍ତ୍ରୁତ ଆଲୋଚନାର ଆବଶ୍ୟକତା ରହିଛି । ଦେଶର ସମ୍ବିଧାନକୁ ଜନସାଧାରଣ ଜାଣିବା ଓ ବୁଝିବାର ଅଧିକାର ରହିଛି । ଏହା ସହ ସେ ‘ନୋ ୟୋର କନଷ୍‌ଟିଚ୍ୟୁଶନ’ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଅନ୍ୟପଟେ ସମ୍ବିଧାନର ସୁରକ୍ଷା ପାଇଁ ନ୍ୟାୟପାଳିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ବର୍ଣ୍ଣନା କରିଥିଲେ ।

ଏନେଇ ଶ୍ରୀ ମୋଦି କହିଛନ୍ତି କି ୭୦ ଦଶକରେ ସମ୍ବିଧାନ ଭାଙ୍ଗିବାକୁ ଉଦ୍ୟମ କରାଯାଇଥିଲା । ଏଭଳି ହୀନ ଉଦ୍ୟମ ଯେଉଁମାନେ କରିଥିଲେ ସେମାନଙ୍କୁ ଦେଶବାସୀ ଏବେ ଦଣ୍ଡିତ କରୁଛନ୍ତି । ଦେଶରେ ଯେବେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରାଯାଇଥିଲା ସେତେବେଳର ଭାରତ ଓ ଆଜିର ଭାରତ ଭିତରେ ଅନେକ ଫରକ୍ ଦେଖା ଦେଇଛି । ଏବେ ଦେଶକୁ ସଂମ୍ପୁର୍ଣ୍ଣ ଡିଜିଟାଇଲେଜସନ କରାଯିବା କାର୍ଯ୍ୟ ଜାରି ରହିଛି । ଏହାକୁ ସବୁ ବର୍ଗର ଲୋକ ସ୍ୱାଗତ କରିଛନ୍ତି । ଅନ୍ୟ ମାନଙ୍କର ସହଯୋଗ ରହିଲେ ଏହା ବି ଦେଶରେ ସଫଳ ହେବ । ମୁମ୍ବାଇ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି ୧୨ ବର୍ଷ ତଳେ ଅର୍ଥାତ ୨୦୦୮ ମସିହା ଆଜିର ଦିନରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ହେଲେ ଏବେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସେନା ପକ୍ଷରୁ ନୂଆ ଋଣନୀତି ଗ୍ରହଣ କରାଯାଇଛି । ପ୍ରତିଟି ଆହ୍ୱାନର ମୁକାବିଲା କରିବାକୁ ସରକାର ସେନା ହାତରେ କ୍ଷମତା ଦେଇଛନ୍ତି ଓ ସେମାନେ ପ୍ରସ୍ତୁତ ଅଛନ୍ତି ।