କନକ ବ୍ୟୁରୋ : ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଏହି କ୍ରମରେ ଆଇନ ମନ୍ତ୍ରଣାଳୟର ଶୀର୍ଷ ଅଧିକାରୀମାନେ ରବିବାର ଦିନ ପୂର୍ବତନ ରାଷ୍ଟ୍ରପତି ତଥା ଏହି କମିଟିର ମୁଖ୍ୟ ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ଲୋକସଭା, ରାଜ୍ୟ ବିଧାନସଭା ଓ ସ୍ଥାନୀୟ ନିର୍ବାଚନ ଏକାସହିିତ କରିବା ନେଇ ବିଚାର କରିବାକୁ ଯେଉଁ କମିଟି ଗଠନ କରାଯାଇଛି ସେଥିରେ ରାମନାଥ କୋବିନ୍ଦ ଅଧ୍ୟକ୍ଷ ରହିଛନ୍ତି ।
ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଆଇନ ସଚିବ ନୀତେନ ଚନ୍ଦ୍ରା, ରୀତା ବଶିଷ୍ଠ ଓ ଅନ୍ୟ ଅଧିକାରୀ ରାମନାଥ କୋବିନ୍ଦଙ୍କୁ ସମିତି ଏହି ଏଜେଣ୍ଡାକୁ କିଭଳି ଆଗକୁ ନେବ ତା ଉପରେ ପରାମର୍ଶ ଦେଇଛନ୍ତି ।

Advertisment

କେନ୍ଦ୍ର ସରକାରଙ୍କ ତରଫରୁ ଲୋକସଭା, ରାଜ୍ୟ ବିଧାନସଭା, ନଗରପାଳିକା ଓ ପଞ୍ଚାୟତ ନିର୍ବାଚନ କିଭଳି ଗୋଟିଏ ସମୟରେ ହୋଇପାରିବ ତା ଉପରେ ରିପୋର୍ଟ ପ୍ରସ୍ତୁତ କରିବାକୁ ୮ଜଣିଆ ସଦସ୍ୟ ବିଶିଷ୍ଠ ଏକ କମିଟି ଗଠନ କରିଛନ୍ତି । ଏହି କମିଟିର ମୁଖ୍ୟ ରହିଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଏହି କମିଟି ଅବିଶ୍ୱାସ ପ୍ରସ୍ତାବ, ଦଳ ବଦଳ ଆଇନ ଓ ଲୋକସଭାରେ ଦେଖାଦେଉଥିବା ବିଭିନ୍ନ ପରିସ୍ଥିତି ଉପରେ ବିଶ୍ଳେଷଣ କରିବ । ଏହାପରେ ଏହି କମିଟି ସରକାରଙ୍କୁ ପରାମର୍ଶ ଦେବେ । ଏହାସହ କମିଟି ଲୋକସଭା, ବିଧାନସଭା, ନଗରପାଳିକା ଓ ପଞ୍ଚାୟତ ନିର୍ବାଚନ କିଭଳି ଏକାସାଥିରେ କରିହେବ ତା ଉପରେ ବିଚାର କରି ସରକାରଙ୍କୁ ପରାମର୍ଶ ଦେବେ ।