କନକ ବ୍ୟୁରୋ : ଆଇନ ମନ୍ତ୍ରଣାଳୟ ତରଫରୁ ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟିର ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ଏହି କମିଟିରେ ମୋଟ ୮ଜଣ ସଦସ୍ୟଙ୍କୁ ସ୍ଥାନ ମିଳିଛି । କମିଟିରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ, ପୂର୍ବ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ, ଅର୍ଥ ମନ୍ତ୍ରଣାଳୟର ପୂର୍ବତନ ଅଧ୍ୟକ୍ଷ ଏନକେ ସିଂ, ଲୋକସଭାର ପୂର୍ବତନ ମହାସଚିବ ସୁଭାଷ ସି କଶ୍ୟପ, ବରିଷ୍ଠ ଓକିଲ ହରିଶ୍ ସାଲବେ ଓ ପୂର୍ବ ସିଭିସି ସଂଜୟ କୋଠାରୀଙ୍କୁ ସାମିଲ କରାଯାଇଛି ।

Advertisment

ଏମାନଙ୍କ ବ୍ୟତୀତ କମିଟିରେ ପୂର୍ବତନ ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ଓ ଆଇନ ମନ୍ତ୍ରଣାଳୟର ସଚିବ ବିଶେଷ ନିମନ୍ତ୍ରିତ ଅତିଥି ରହିବେ । ଏହି କମିଟି ତୁରନ୍ତ ତାର କାର୍ଯ୍ୟ ଆରମ୍ଭ କରିବ ଓ ଏହାର ମୁଖ୍ୟାଳୟ ନୂଆ ଦିଲ୍ଲୀରେ ରହିବ । ଏହି କମିଟି ଅବିଶ୍ୱାସ ପ୍ରସ୍ତାବ, ଦଳ ବଦଳ ଆଇନ ଓ ଝୁଲା ବିଧାନସଭା ବା ଲୋକସଭାର ପରିସ୍ଥିତିକୁ ବିଶ୍ଳେଷଣ କରିବ ଏବଂ ସରକାରଙ୍କୁ ପରାମର୍ଶ ଦେବ ।