ଏଭଳି ଉପାୟରେ ମିଳିବ ନୂଆ ସମୟର “ୱାନ୍ ନେସନ୍ ୱାନ୍ କାର୍ଡ” ଥିବା ଏଟିଏମ୍ କାର୍ଡ ! ଜାଣନ୍ତୁ କ’ଣ ରହିଛି ଖାସ୍ ।

158

“ୱାନ୍ ନେସନ୍ ୱାନ୍ କାର୍ଡ” ର ଆରମ୍ଭ ହୋଇସାରିଛି । ଏହି କାର୍ଡର ବ୍ୟବହାର ନାଗରିକ ସବୁକ୍ଷେତ୍ରରେ କରିପାରିବେ । ଆପଣଙ୍କୁ କହିରଖୁଛୁ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଭଳି ଏହା ଏକ ସ୍ମାର୍ଟକାର୍ଡ । ଦିଲ୍ଲୀ ମେଟ୍ରୋରେ ଏଭଳି କାର୍ଡ ହିଁ ଏବେ ଚାଲିବ । ଯାହାକୁ ଆପଣ ରିଚାର୍ଜ କରି ମେଟ୍ରୋରେ ଯାତାୟତ କରିପାରିବେ । ଏବେ ବ୍ୟାଙ୍କ୍ ଯେଉଁ ନୂଆ ଏବଂ ପୁରୁଣା ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଜାରୀ କରିବେ ସେଥିରେ ନ୍ୟାସନାଲ୍ କମନ୍ ମୋବେଲିଟି କାର୍ଡ ଫିଚର ହେବ । ଏହା କୌଣସି ୱଲେଟ୍ ଭଳି ହିଁ କାମ କରିବ ।

କିଭଳି ମିଳିବ ଏହି କାର୍ଡ ?

ଏହି କାର୍ଡକୁ ପାଇବା ପାଇଁ ବ୍ୟାଙ୍କ୍ ସହ ସଂପର୍କ କରନ୍ତୁ । ଏହି କାର୍ଡ ୨୫ ଟି ବ୍ୟାଙ୍କରେ ଉପଲବ୍ଧ ହେବା ସହ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଦ୍ୱାରା ମଧ୍ୟ ଜାରୀ କରାଯିବ । ଏହି କାର୍ଡକୁ ଏଟିଏମ୍ ରେ ବ୍ୟବହାର କରିବା ୫ ପ୍ରତିଶତ କ୍ୟାସବ୍ୟାକ୍ ଏବଂ ବିଦେଶ ଯାତ୍ରା ସମୟରେ ମର୍ଚେଣ୍ଟ୍ ଆଉଟଲେଟରେ ଦେବାପରେ ୧୦ ପ୍ରତିଶତର କ୍ୟାସବ୍ୟାକ୍ ମିଳିବ । ଏହି କାର୍ଡକୁ ଏଟିଏମ୍ ଭଳି ବ୍ୟବହାର କଲେ ୫ ପ୍ରତିଶତ କ୍ୟାସବ୍ୟାକ୍ ମିଳିବା ସହ ବିଦେଶ ଯାତ୍ରା ସମୟରେ ମର୍ଚ୍ଚେଣ୍ଟ୍ ଆଉଟଲେଟ୍ ମଧ୍ୟ ୧୦ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ । ରୁପେର ଏହି କାର୍ଡ ଡିଷ୍କଭର୍ ତଥା ଡାଇନର୍ସ କ୍ଲବ୍ ଇଣ୍ଟରନ୍ୟାସନାଲ୍ ମର୍ଚ୍ଚେଣ୍ଟ୍ ଛଡା ବିଦେଶୀ ଏଟିଏମ୍ ରେ ବି ସ୍ୱୀକାର କରାଯିବ । ଏହି କାର୍ଡକୁ ଏସବିଆଇ,ପିଏନବି ସମେତ ଦେଶର ୨୫ ଟି ବ୍ୟାଙ୍କରେ ଉପଲବ୍ଧ କରାଯିବ ।

ଜାରୀ ହେବ କଣ୍ଟେକ।ଲେସ୍ କାର୍ଡ : ଏହି କାର୍ଡ ହେଉଛି ଏକ କଣ୍ଟେକ ।ଲେସ୍ କାର୍ଡ । ଏହି କାର୍ଡ ଜରିଆରେ ମଲ୍ ବା ଦୋକାନରେ ୨ ହଜାର ଟଙ୍କାର ସପିଙ୍ଗ୍ ପାଇଁ କୌଣସି ପ୍ରକାରର ପିନ୍ କୋଡ୍ କିମ୍ବା ଓଟିପିର ଆବଶ୍ୟକତା ନାହିଁ ।

କିଭଳି କରିବ କାମ ?

ଏହି ସବୁ କାର୍ଡ ଉପରେ ଏକ ଖାସ୍ ଚିହ୍ନ ରହିଛି । ଯେଉଁ ପେମେଣ୍ଟ୍ ମେସିନ୍ ରେ ଏହାର ବ୍ୟବହାର ହେବ ସେଠାରେ ମଧ୍ୟ ଏହି ଚିହ୍ନ ରହିବା ଆବଶ୍ୟକ । ଏହି ମେସିନର ୪ ସେ.ମି ଦୂରରୁ କାର୍ଡ ରଖିବା କିମ୍ବା ଦେଖାଇବାକୁ ପଡିବ ଏବଂ ଆପଣଙ୍କ ଖାତାରୁ ଅଟୋମେଟିକ୍ ଟଙ୍କା କଟିଯିବ । କାର୍ଡ ସ୍ୱାଇପ୍ କିମ୍ବା ଡିପ୍ କରିବାକୁ ପଡିବ ନାହିଁ କିମ୍ବା ପିନ୍ ମଧ୍ୟ ଏଣ୍ଟର କରିବାକୁ ପଡିବ ନାହିଁ । ୨୦୦୦ ଟଙ୍କାରୁ ଅଧିକ ପେମେଣ୍ଟପାଇଁ ପିନ୍ ଏବଂ ଓଟିପିର ଆବଶ୍ୟକତା ପଡିବ । ଅର୍ଥାତ୍ ଆପଣଙ୍କ କାର୍ଡ ଯଦି ଭୁଲରେ କାହା ହାତରେ ଲାଗିଯାଏ ତେବେ ସେ ଏକାଥରେ ୨୦୦୦ ଟଙ୍କାର ସପିଙ୍ଗ୍ କରିପାରିବେ ।

କାର୍ଡ ହଜିଗଲେ ତଥା କାହାକୁ ମିଳିଗଲେ କ’ଣ ହେବ ?

କାର୍ଡ ହଜିଗଲେ ଏହାକୁ ତୁରନ୍ତ ବ୍ଲକ୍ କରାଇବା ପାଇଁ ବ୍ୟାଙ୍କକୁ ସୁଚିତ କରନ୍ତୁ ଯଦି ଆପଣଙ୍କ ଜାଣିବା ପୂର୍ବରୁ କେହି ଆପଣଙ୍କ ଟଙ୍କା ଖର୍ଚ୍ଚ କରିଦେଲେ ବ୍ୟାଙ୍କ୍ ଆପଣଙ୍କ ଟଙ୍କା ଫେରସ୍ତ କରିବ ।

ମେସିନ୍ ପାଖରୁ ଯିବା ସମୟରେ ପକେଟରେ ରଖିଥିବା କାର୍ଡରୁ କ’ଣ ପେମେଣ୍ଟ୍ ହୋଇଯିବ ?

ଏକ୍ସପର୍ଟଙ୍କ କହିବାନୁସାରେ ୪ ସେ.ମି. ଦୂରରେ ଥିଲେ ହିଁ କାର୍ଡ ପେମେଣ୍ଟ୍ ହେବ । ପକେଟ୍ ରଖିଥିବା କାର୍ଡରେ ଏଥିରୁ ଆପେ ଆପେ ପେମେଣ୍ଟ୍ ହେବ ନାହିଁ ।