ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା : କରୋନାରେ ଶେଷ ନିଶ୍ୱାସ ତ୍ୟାଗ କଲେ କନକ ନ୍ୟୁଜ ପ୍ରତିନିଧି ଅସିତ କୁମାର ବେହେରା

280

କନକ ବ୍ୟୁରୋ : ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା । କରୋନା ଯୁଦ୍ଧରେ ହାରିଗଲେ କନକ ନ୍ୟୁଜ ପ୍ରତିନିଧି ଅସିତ କୁମାର ବେହେରା । ୧୦ ଦିନ ହେବ କରୋନା ଆକ୍ରାନ୍ତ ହୋଇ ବାରିପଦା ସହରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସକାଳ ୬ଟା ୧୫ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଯେତେବେଳେ ତିରିଶରୁ ଅଧିକ ସାମ୍ବାଦିକଙ୍କ କରୋନାରେ ପରଲୋକ ହୋଇସାରିଛି । ସେଥିରେ ଆଉ ଜଣେ ସାମ୍ବାଦିକଙ୍କ ନାଁ ସାମିଲ ହୋଇଛି । ଅସିତଙ୍କ ପରଲୋକରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।